ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦୁରୁପଯୋଗ ରୋକିବାକୁ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକର ପ୍ରତିନିଧିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରାଳୟର ସଚିବ ରାଜୀବ ଗଉବାଙ୍କର ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ସୁରକ୍ଷା ସଂସ୍ଥା, ଦୂରସଂଚାର ବିଭାଗର ଅଧିକାରୀଙ୍କ ସମେତ ଫେସବୁକ୍, ଗୁଗୁଲ୍, ଟ୍ବିଟର, ହ୍ବାଟ୍ସଆପ୍, ୟୁଟୁବ୍ ଓ ଇନଷ୍ଟାଗ୍ରାମ ଆଦିର ପ୍ରତିନିଧିମାନେ ଯୋଗଦେଇଥିଲେ। ଗୁଜବ ପ୍ରସାରଣ, ମହିଳା ଓ ଶିଶୁମାନଙ୍କ ବିରୋଧରେ ସାଇବର ଅପରାଧ ତଥା ଜାତୀୟ ସ୍ବାର୍ଥର ହାନି ଭଳି ସାଇବର ଅପରାଧ ଦ୍ବାରା ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ଅସାମାଜିକ ତତ୍ତ୍ବକୁ ନିୟନ୍ତ୍ରଣ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା କାର୍ଯ୍ୟ ଯେପରି ସେମାନଙ୍କ ପ୍ଲାଟଫର୍ମରେ ନ ହୋଇପାରିବ ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସୋସିଆଲ ମିଡିଆ ପ୍ରତିନିଧିମାନଙ୍କୁ ଗୃହ ସଚିବ ପରାମର୍ଶ ଦେଇଥିଲେ।
ସୋସିଆଲ ମିଡିଆର ଦୁରୁପଯୋଗ ରୋକିବାକୁ ସମୀକ୍ଷା
/sambad/media/post_attachments/wp-content/uploads/2018/10/201810261036239542_modi-government-action-on-hate-content-in-social-media_SECVPF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)