ହାଇଦ୍ରାବାଦ: ସିକନ୍ଦରାବାଦ ରେଳ ଷ୍ଟେସନ୍ରେ ଗତକାଲି ଯେଉଁ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା ତାହା ପଛରେ ଥିବା ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଗୁରୁବାର ଦିନ ଏହି ହିଂସା ପାଇଁ ଯୋଜନା ହୋଇଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହିଂସା ଓ ଆନ୍ଦୋଳନ ଘଟଣାରେ ଯେଉଁ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି ସେମାନଙ୍କ ମୋବାଇଲ୍ ଫୋନ୍ର ହ୍ବାଟ୍ସଆପ୍ ମେସେଜରୁ ଏହା ଜଣାପଡ଼ିଛି। ହିଂସା ସୃଷ୍ଟି ପାଇଁ କେତେକ ହ୍ବାଟ୍ସଆପ୍ ଗ୍ରୁପ୍ ମଧ୍ୟ ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ଅଡିଓ ମେସେଜ୍ ପ୍ରସାରିତ ହୋଇଥିଲା। ଜଣେ ଆନ୍ଦୋଳନକାରୀଙ୍କ ଫୋନ୍ରୁ ମିଳିଥିବା ଅଡିଓ ମେସେଜ୍ରେ ଶୁଣିବାକୁ ମିଳିଛି- ‘କାଲି ସିକନ୍ଦରାବାଦ ରେଳ ଷ୍ଟେସନ୍କୁ କେତେବେଳେ ଆସିବ। ସାଙ୍ଗରେ ପେଟ୍ରୋଲ, ଟାୟାର ଏବଂ ପୁରୁଣା ପୋଷାକ ଆଣିଥିବ। ଆମେ ଏସବୁ ରେଳ ଷ୍ଟେସନରେ ପାଇବାନି। ତେଣୁ ଯଦି ଏସବୁ ଆଣିବ ଆମେ ଯାନବାହନ ଏବଂ ଟ୍ରେନ୍ରେ ନିଆଁ ଲଗାଇ ରେଳ ସେବା ବାଧାପ୍ରାପ୍ତ କରିପାରିବା।’ ସେହିପରି ବିଶାଖାପାଟନାମରେ ମଧ୍ୟ ଆନ୍ଦୋଳନ ପାଇଁ ହୋଇଥିବା ଅନ୍ୟ ଏକ ଯୋଜନାକୁ ପୁଲିସ ଧରିପାରିଛି। କୋଚିଂ ସେଣ୍ଟରଗୁଡ଼ିକର ମଧ୍ୟ ଉକ୍ତ ଘଟଣାରେ ସମ୍ପୃକ୍ତି ରହିଛି। କିଛି ମେସେଜ୍ରେ କୁହାଯାଇଛି- ‘ଯଥା ସମ୍ଭବ ଅଧିକ ପୋଡ଼ାଜଳା କରିବାକୁ ହେବ। ନିଆଁ ଲଗାଇ ଖସିବା ରାସ୍ତା ବି ଦେଖିବାକୁ ହେବ।‘
ଟ୍ରେନ୍ ପୋଡ଼ି ପଛରେ ଯୋଜନାବଦ୍ଧ ଷଡ଼୍ଯନ୍ତ୍ର
/sambad/media/post_attachments/wp-content/uploads/2022/06/f4hsfh4sf65h4fhs654fhs65.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)