କଂଗ୍ରେସର ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର: ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବାପରେ ବିଜେପି ଏହାକୁ ଯଥାର୍ଥ ଓ ନ୍ୟାୟସଙ୍ଗତ ବୋଲି କହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁର‌ାଗ ଠାକୁର ଶୁକ୍ରବାର ଦିନ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧି କଂଗ୍ରେସରେ ହୋଇଥିବା ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ବୁଝିବା ଉଚିତ।

କଂଗ୍ରେସ ଦଳ ରାହୁଲ ଗାନ୍ଧିଙ୍କ କବଳରୁ ମୁକ୍ତି ପାଇବାକୁ ଚାହୁଛି ଏବଂ ଏଥିପାଇଁ ଷଡ଼ଯନ୍ତ୍ର କରିଛି। ଦଳରେ ଅନେକ ବରିଷ୍ଠ ଆଇନୀଜୀବ ଥିଲେ ମଧ୍ୟ ସେମାନେ ସମୟ ମଧ୍ୟରେ ସୁରଟ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରୁନାହାନ୍ତି କାହିଁକି ବୋଲି ଅନୁରାଗ ପ୍ରଶ୍ନ କରିଛନ୍ତି। ‘ରାହୁଲ ଗାନ୍ଧି ଟିକେ ଗଭୀରକୁ ଯାଇ ଜାଣିବାକୁ ଚେଷ୍ଟା କଲେ କଂଗ୍ରେସର କେଉଁ ନେତାମାନେ ତାଙ୍କ ବିରୋଧରେ ଏହି ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଛନ୍ତି ତାହା ଜାଣିପାରିବେ’ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ୭ଟି ମାମଲାରେ ଜାମିନ ପାଇଛନ୍ତି । କିନ୍ତୁ ପ୍ରତିଥର ସେ ଭୁଲ୍‌ କରିଚାଲିଛନ୍ତି। ସେ ଭାବୁଛନ୍ତି ସେ ଯାହା ଚାହିବେ ତାହା କରିପାରିବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାହୁଲ ଗାନ୍ଧି ହେଉଛନ୍ତି ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ ଏବଂ କୌଣସି ଅପରାଧ ପାଇଁ ତାଙ୍କୁ କେହି ଦଣ୍ଡିତ କରିପାରିବେନି ବୋଲି ତାଙ୍କର ଧାରଣା ରହିଛି।

ସମ୍ବନ୍ଧିତ ଖବର