ସାଇବର୍‌ ଅପରାଧ ଡାଟାବେସ୍‌ ପ୍ରସ୍ତୁତି ପାଇଁ ଯୋଜନା

ନୂଆଦିଲ୍ଲୀ : ଜାତୀୟ ସ୍ତରରେ ସାଇବର ଅପରାଧ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଆଧାରରେ ଅପରାଧୀମାନଙ୍କୁ ଚିହ୍ନଟ ତଥା ଟ୍ରାକିଂ କରାଯାଇ ପାରିବ। ବର୍ତ୍ତମାନ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ରହିଛି। ଯାହା ମାଧ୍ୟମରେ ନାଗରିକମାନେ ଅପରାଧଗୁଡ଼ିକର କେବଳ ରିପୋର୍ଟ କରିପାରୁଛନ୍ତି। କେନ୍ଦ୍ର ସରକାର ଏହି ପୋର୍ଟାଲକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଯୋଜନା କରୁଛନ୍ତି । ସାଇବର ଅପରାଧରେ ସାମିଲ ଅପରାଧୀମାନଙ୍କ ମୋବାଇଲ୍‌ ନମ୍ବର ବ୍ଲକ୍ କରିବା ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ଯାହା ଦ୍ବାରା ଆର୍ଥିକ ଅପରାଧ, ଡାଟା ଚୋରି, ଅନ୍‌ଲାଇନ ଉତ୍ପୀଡ଼ନ, ନକଲି ଖବର ଓ ମିଥ୍ୟା ସୂଚନା ଭଳି ସାଇବର ଅପରାଧ ଉପରେ ରୋକ୍‌ ଲଗାଯାଇପାରିବ। ଭାରତରେ ଡିଜିଟାଲକରଣକୁ ଉତ୍ସାହିତ କରାଯାଉଥିବା‌ବେଳେ ସାଇବର ଅପରାଧ ଏଥିରେ ପ୍ରତିବନ୍ଧକ ସାଜିଛି।

ସମ୍ବନ୍ଧିତ ଖବର