ପ୍ଲାଜ୍‌ମା ଥେରାପି ଟ୍ରାଏଲ୍‌ରେ ଓଡ଼ିଶାର ନାମ ନାହିଁ

ନୂଆଦିଲ୍ଲୀ : କୋଭିଡ୍‌-୧୯ର ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପିର କ୍ଲିନିକାଲ ଟ୍ରାଏଲ୍‌ ପାଇଁ ୧୦ଟି ରାଜ୍ୟର ବିଭିନ୍ନ ହସପିଟାଲକୁ କେନ୍ଦ୍ର ସରକାର ବାଛିଛନ୍ତି। ଏଥିରେ ଓଡ଼ିଶାର ଗୋଟିଏ ହେଲେ ହସପିଟାଲର ନାମ ନାହିଁ। ଆଇସିଏମ୍‌ଆର୍‌ର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ ପାଇଁ ୪୫୨ ଜଣ ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ସମୁଦାୟ ୨୮ଟି ହସପିଟାଲ ମଧ୍ୟରୁ ସର୍ବାଧିକ ୭ଟି ପଞ୍ଜାବ, ୫ଟି ମହାରାଷ୍ଟ୍ର, ୪ଟି ଗୁଜରାଟ, ୨ଟି ଲେଖାଏଁ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ତାମିଲନାଡୁ ଏବଂ ଗୋଟିଏ ଲେଖାଏଁ କର୍ଣାଟକ, ଚଣ୍ଡିଗଡ଼ ଓ ତେଲେଙ୍ଗାନାରେ ରହିଛି। ଟ୍ରାଏଲ ବେଳେ ଆଇସିଏମ୍‌ଆର୍‌ ବୈଜ୍ଞାନିକମାନେ ତଦାରଖ କରିବେ। ଜଣାପଡ଼ିଛି ଏହି ଟ୍ରାଏଲ୍‌ ପାଇଁ ଦେଶର ୧୧୧ଟି ଚିକିତ୍ସା ସଂସ୍ଥାନ ଆବେଦନ କରିଥିବା ବେଳେ ୨୮ଟିକୁ ବଛାଯାଇଛି।

ସମ୍ବନ୍ଧିତ ଖବର