କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉନାହିଁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ସଫଳ ହେଉନାହିଁ। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ବିଫଳ ହୋଇଥିବା ଜଣାପଡ଼ିଛି। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଚିକିତ୍ସାର କୌଣସି ପ୍ରଭାବ ନ ରହିବା ଚିନ୍ତାର କାରଣ ହେଲାଣି। ଦୁଇ ଦିନ ତଳେ ଆଇସିଏମ୍‌ଆର ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ କରୋନା ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ ହଟାଇବାକୁ ମତ ରଖିଥିଲେ। ଏ ବାବଦରେ ନୂଆ ମାର୍ଗଦର୍ଶିକା ଜାରି କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଅନେକ ପ୍ରମୁଖ ହସ୍ପିଟାଲରୁ ମିଳିଥିବା ତଥ୍ୟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଅନେକ ବରିଷ୍ଠ ବୈଜ୍ଞାନିକ ମଧ୍ୟ କରୋନା ଚିକିତ୍ସାରେ ପ୍ଲାଜମ୍‌ ଥେରାପି ଅନୁପଯୁକ୍ତ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର