କରୋନାରୁ ମୁକ୍ତି ଦେବ ପ୍ଲାଜ୍‌ମା ଚିକିତ୍ସା, ନ୍ୟୁୟର୍କରେ ଚାଲୁ ରହିଛି ବ୍ୟାବହାରିକ ପରୀକ୍ଷଣ

ନ୍ୟୁୟର୍କ : ମହାମାରୀ କରୋନା ଦାଉରୁ ତ୍ରାହି ପାଇବା ପାଇଁ ବିଶ୍ବବ୍ୟାପୀ ବିକଳ୍ପ ଉପଶମ ବ୍ୟବସ୍ଥା ବାହାର କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତିା ତେବେ ସମ୍ପ୍ରତି ଏ ଦିଗରେ ନ୍ୟୁୟର୍କରେ ପରୀକ୍ଷଣ ଚାଲୁ ରହିଥିବା ଉପଶମକ୍ଷମ ପ୍ଲାଜ୍ମା ଚିକିତ୍ସା ହିଁ କରୋନାର ସଫଳ ମୁକାବିଲା କରିପାରିବ ବୋଲି ଅନେକ ଆଶାବାଦୀ ଅଛନ୍ତିିା ସ୍ଥାନୀୟ ମାଉଣ୍ଟ୍ ସିନାଇ ହସ୍ପିଟାଲରେ କିଛି ଦିନ ତଳେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତ ସମ୍ପୂର୍ଣ ରୋଗମୁକ୍ତ ହେବା ପରେ ଏଭଳି ଆଶା ସାର ହୋଇଛିା ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ରକ୍ତ ପ୍ଲାଜ୍ମା ସଂଗ୍ରହ କରାଯାଇ ଏବେ ଅନ୍ୟ ୨୦ ଜଣ କରୋନା ପୀଡି଼ତଙ୍କ ଠାରେ ଛଡ଼ାଯାଇଛିା ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଥିବା ଜଣାଯାଇଛିା ତେବେ ଏହି ରୋଗୀମାନେ ସମ୍ପୂର୍ଣ ଆରୋଗ୍ୟ ଲାଭ କଲା ପରେ ହିଁ ଏପରି ପ୍ଲାଜ୍ମା ପ୍ରୟୋଗର ସଫଳତାକୁ ଗୁରୁତ୍ବ ଦିଆଯିବ ବୋଲି ଉକ୍ତ ହସ୍ପିଟାଲର ନିେର୍ଦ୍ଦଶକ ଡା. ଜେଫରି ଝାଙ୍ଗ୍ କହିଛନ୍ତିା

ସୂଚନାଯୋଗ୍ୟ, ପୂର୍ବରୁ ୧୯୧୮ ଓ ୧୯୫୭ ମସିହାର ଫ୍ଲୁ ମହାମାରୀର ଆବିର୍ଭାବ ବେଳେ ଏପରି ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ରକ୍ତକଣିକାରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ଅନ୍ୟାନ୍ୟ ପୀଡି଼ତଙ୍କଠାରେ ପ୍ରୟୋଗ କରାଯାଇଥିଲା ଏବଂ ଆଶାନୁରୂପ ଫଳାଫଳ ମଧ୍ୟ ମିଳିଥିଲାା ସେହିପରି ବିଗତ ବର୍ଷମାନଙ୍କରେ ଦେଖାଦେଇଥିବା ସାର୍ସ, ଏଚ୍୧ଏନ୍୧ ଏବଂ ଇବୋଲା ସଂକ୍ରମଣ ବେଳେ ମଧ୍ୟ ଏପରି ପ୍ଲାଜ୍ମା ଚିକିତ୍ସାକୁ ପ୍ରାଧାନ୍ୟ ଦିଆଯାଇଥିଲାା ଏପରିକି ନିକଟରେ ଚୀନ୍ରେ ମଧ୍ୟ କିଛି କରୋନା ଆକ୍ରାନ୍ତଙ୍କ ଠାରେ ଏହି ପ୍ଲାଜ୍ମା ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଇଥିବା ସୂଚନା ରହିଛିା ତେବେ କିଛି ସପ୍ତାହ ତଳେ ମାଉଣ୍ଟ୍ ସିନାଇ ହସ୍ପିଟାଲର ଭେଷଜ ବିଭାଗର ଭୂତାଣୁ ବିଶେଷଜ୍ଞ (ମାଇକ୍ରୋବାୟୋଲୋଜିଷ୍ଟ) ଡା. ଫ୍ଲୋରିଆନ୍ କ୍ରାମର ଏବଂ ତାଙ୍କ ସହଯୋଗୀମାନେ କୋଭିଡ୍–୧୯ କ୍ଷେତ୍ରରେ ଏହି ପ୍ଲାଜ୍ମା ପ୍ରତିପିଣ୍ତ(ଆଣ୍ଟିବଡି)କୁ ପ୍ରୟୋଗ କରି ଅଭୂତପୂର୍ବ ସଫଳତା ହାସଲ କରିଥିବା ପ୍ରମାଣ ମିଳିଛିା ଆଗରୁ ଜଣେ ଆକ୍ରାନ୍ତଙ୍କ ଦେହରେ ପ୍ରୟୋଗ କରାଯାଉଥିବା ରୋଗପ୍ରତିରୋଧକ ଶକ୍ତି ବା ଆଣ୍ଟିବଡିର ଉପସ୍ଥିତିକୁ କେବଳ ଅନୁଧ୍ୟାନ କରାଯାଉଥିବା ବେଳେ ଡା. କ୍ରାମର ଏବଂ ତାଙ୍କ ସହଯୋଗୀମାନେ ରୋଗୀର ରକ୍ତରେ ତତ୍କାଳ କେତେ ପରିମାଣର ଏହି ଆଣ୍ଟିବଡି ରହିଛି ତାହା ନିର୍ଣୟ କରିବାରେ ସଫଳ ହୋଇଛନ୍ତିା ଯାହା ଶରୀରରେ ଯେତେ ଅଧିକ ଆଣ୍ଟିବଡି ଥିବାର ସୂଚନା ମିଳିବ, ତାହାର ରୋଗମୁକ୍ତ ହେବାର ସମ୍ଭାବନା ଅଧିକ ରହିବା ସୁତରାଂ ଆବଶ୍ୟକ ଅନୁଯାୟୀ ରୋଗୀ ଶରୀରରେ ଏହିି ପ୍ରୟୋଗାତ୍ମକ ଆଣ୍ଟିବଡି ପରିମାଣ ବଡ଼ାଯାଇ ତାହାକୁ ସମ୍ପୂର୍ଣ କରୋନାମୁକ୍ତ କରିହେବ ବୋଲି ସେମାନେ ଆଶା ରଖିଛନ୍ତିା

ସମ୍ବନ୍ଧିତ ଖବର