ଏଣିକି କୋଭିଡ୍‌ ଉପଚାରରେ ପ୍ଲାଜ୍‌ମା ଚିକିତ୍ସା ରହିବନି, ଫଳପ୍ରଦ ହେଉନଥିବାରୁ ହଟାଇନେଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: କୋଭିଡ୍‌ ରୋଗୀଙ୍କ ଠାରେ ପ୍ଲାଜ୍‌ମା ଚିକିତ୍ସା ସେମାନଙ୍କ ଶରୀରରେ ରୋଗର ଅତିଶୟତାକୁ କମାଇ ପାରୁନାହିଁ କି ମୃତ୍ୟୁମୁଖରୁ ବଞ୍ଚାଇପାରୁନାହିଁ ବୋଲି ଅନେକ ନଜିର ଦେଖିବାକୁ ମିଳୁଛି। ତେଣୁ ଏ ପ୍ରକାର ଚିକିତ୍ସା ପଦ୍ଧତିକୁ କୋଭିଡ୍‌ ଉପଚାର ପାଇଁ ନୈଦାନିକ ପରିଚାଳନା ତାଲିକାରୁ ବାଦ୍‌ ଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସୋମବାର ବିଳମ୍ବିତ ରାତିରେ ନିଷ୍ପତ୍ତି ନେଇଛି।

ସୂଚନାନୁଯାୟୀ, ଗତ ଶୁକ୍ରବାର ଆଇସିଏମ୍‌ଆର୍‌ ଓ କୋଭିଡ୍‌ ପାଇଁ ଜାତୀୟ ଟାସ୍କଫୋର୍ସ ସଦସ୍ୟଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଜରୁରୀକାଳୀନ ପ୍ଲାଜ୍‌ମା ଚିକିତ୍ସା କିଛି ଫଳପ୍ରଦ ହୋଇପାରୁନାହିଁ ବୋଲି ମତପ୍ରକାଶ ପାଇଥିଲା। ସରକାରଙ୍କ ସହ ବିଚାର ବିମର୍ଶ ପରେ ଏଣିକି ଆଉ କୋଭିଡ୍‌ ଚିକିତ୍ସାରେ ପ୍ଲାଜ୍‌ମା ପଦ୍ଧତି ବ୍ୟବହାର ହେବନାହିଁ ବୋଲି ସୋମବାର ଆଇସିଏମ୍‌ଆର୍‌ ପକ୍ଷରୁ ଘୋଷଣା କରାଯାଇଛି। ଆଇଏମ୍‌ଏର ଅର୍ଥ ସଚିବ ଡ. ଅନିଲ ଗୋୟଲ କହିଛନ୍ତି, ପ୍ରୋଟୋକଲ୍‌ରୁ ଏବେ ଏହା ହଟିଯାଇଥିବାରୁ ଆମେ ମଧ୍ୟ ଏହାକୁ ଚିକିତ୍ସା ପ୍ରକ୍ରିୟାରୁ ବାଦ ଦେଇଛୁ।

ସମ୍ବନ୍ଧିତ ଖବର