ଗବେଷଣାରୁ ଜଣା ପଡିଲା, ମଣିଷ ରକ୍ତ ପର୍ଯ୍ୟନ୍ତ ପହଞ୍ଚିଲାଣି ପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ୮୦ ପ୍ରତିଶତ ଲୋକଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ପହଞ୍ଚିଛି। ଏହା ଦ୍ଵାରା ଲୋକଙ୍କ ରକ୍ତ ପ୍ରଦୂଷିତ ହୋଇଛି ଓ ବିଭିନ୍ନ ପ୍ରକାର ରୋଗ ଇତ୍ପନ୍ନ ହେଉଛି। ମଣିଷର ଶରୀରରେ ପଲିଥାଇଲିନ ଟେରିପ୍ଥଲେଟ୍ ମିଳିଛି ବୋଲି ନେଦରଲାଣ୍ଡର ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ଜଣା ପଡିଛି। ଏହି ପ୍ଲାଷ୍ଟିକ୍ ପାଣି ବୋତଲ, କପଡା ଓ ଖାଇବା ପିଇବା ସାମଗ୍ରୀକୁ ପ୍ୟାକ୍ କରିବାରେ ସବୁଠୁ ଅଧିକ ବ୍ୟବହାର କରାଯାଇଥାଏ।
ଗବେଷଣାରୁ ଜଣା ପଡିଛି, ପ୍ଲାଷ୍ଟିକ୍ ଆମ ଶରୀରରେ ଖାଦ୍ୟ ସାମଗ୍ରୀ ସହିତ ପ୍ରବେଶ କରିଥାଏ। ବ୍ରିଟେନର ଏକ ପ୍ରିଣ୍ଟ ମିଡିଆରେ ଏହି ଗବେଷଣା ପ୍ରକାଶ ପାଇଛି।

ଏହି ଗବେଷଣା ପାଇଁ ୨୨ ଜଣ ଲୋକଙ୍କ ରକ୍ତ ନମୁନା ନିଆ ଯାଇଥିଲା। ଏଥିରେ ପାଞ୍ଚ ପ୍ରକାର ପ୍ଲାଷ୍ଟିକର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ପଲିପ୍ରୋପାଇଲିନି, ପୋଲିଷ୍ଟାଇରିନ୍, ପଲିମିଥାଇଲ୍ ମେଥାକ୍ରିଲେଟ୍, ପଲିଥାଇଲିନ୍ ଓ ପଲିଥାଇଲିନ୍ ଟେରେପ୍ଥଲେଟ୍ ସାମିଲ୍ ଥିଲା। ଏହି ଗବେଷଣାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ରକ୍ତରେ ପ୍ଲାଷ୍ଟିକର ଛୋଟ କଣିକା ମିଳିଥିଲା।

ସବୁଠୁ ଅଧିକ ପଲିଥାଇଲିନ୍ ଟେରେପ୍ଥଲେଟ୍ର ମାତ୍ରା ରକ୍ତରେ ମିଳିଥିଲା। ଏହି ପ୍ଲାଷ୍ଟିକର ବ୍ୟବହାର ଘରେ ବ୍ୟବହାର କରାଯାଉଥିବା ଅଧିକାଂଶ ସାମଗ୍ରୀ ତିଆରି କରିବାରେ ବ୍ୟବହାର କରାଯାଇଥାଏ। ପଲିଷ୍ଟାଇରିନ୍ର ମାତ୍ରା ରକ୍ତରେ ଦ୍ଵିତୀୟ ସର୍ବାଧିକ ମିଳିଥିଲା। ଏହାପରେ ମଷିଷ ଶରୀରରେ ତୃତୀୟ ସର୍ବାଧିକ ଭାବେ ପଲିଥାଇଲିନ୍ର ମାତ୍ରା ମିଳିଥିଲା। ଗବେଷଣା ଅନୁଯାୟୀ ପଲିଥାଇଲିନ୍ ଟେରେପ୍ଥଲେଟର ମାତ୍ରା ୫୦ ପ୍ରତିଶତ ଲୋକଙ୍କ ନିକଟରେ ମିଳିଥିଲା।

ସମ୍ବନ୍ଧିତ ଖବର