ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକରୁ ନିର୍ମାଣ ହେଲାଣି ୭୦୩ କିଲୋମିଟର ରାସ୍ତା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୭୦୩ କିଲୋମିଟର ଜାତୀୟ ରାଜପଥ ପ୍ଲାଷ୍ଟିକରୁ ନିର୍ମିତ ହୋଇଛି | କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି | ସେ ଲୋକସଭାରେ କହିଛନ୍ତି ଯେ ୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳର ୫୦ କିଲୋମିଟର ଦୂରତା ମଧ୍ୟରେ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥରେ ହଟ ମିକ୍ସ ସ୍ଥାପନ କରିଛି। ଏହା ଛଡା ରାସ୍ତା ମରାମତି ସହ ନୂଆ ରାସ୍ତା ନିର୍ମାଣରେ ଏହି ହଟ ମିକ୍ସକୁ ଉପଯୋଗ କରାଯାଉଛି |

ସଡକ ନିର୍ମାଣରେ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରତିକୂଳ ପ୍ରଭାବରୁ ସୁରକ୍ଷା ମିଳିପାରୁଛି | ପ୍ଲାଷ୍ଟିକ୍ ରାସ୍ତାରେ ୬-୮ ପ୍ରତିଶତ ପ୍ଲାଷ୍ଟିକ୍ ଥିବାବେଳେ ୯୨-୯୪ ପ୍ରତିଶତ ବିଟୁମେନ ବ୍ୟବହାର କରାଯାଉଛି |

୨୦୧୬ ମସିହାରେ, ଗଡକରୀ ସଡକ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରିବାକୁ ଘୋଷଣା କରିଥିଲେ। ଗଡକରୀ କହିଛନ୍ତି ଯେ ସେହି ଦିନଠାରୁ ୧୧ଟି ରାଜ୍ୟରେ ସଡ଼କ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇଆସୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ଭାରତରେ ୩୩ ଲକ୍ଷ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥିଲା |

ସମ୍ବନ୍ଧିତ ଖବର