ନୂଆଦିଲ୍ଲୀ : ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଏହି ଦଳାଚକଟାରେ ୧୪ ଜଣ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ୧୪ ଓ ୧୫ ନମ୍ବର ପ୍ଲାଟଫର୍ମରେ ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ପ୍ଲାଟଫର୍ମରେ ହଠାତ୍ ଭିଡ଼ ବଢିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରିକୁ ସାମୟିକଭାବେ ବନ୍ଦ କରାଯାଇଛି । ସେହିପରି ୧୬ ନମ୍ବର ପ୍ଲାଟଫର୍ମକୁ ବନ୍ଦ କରାଯାଇଛି ।
ସୂଚନାଯୋଗ୍ୟ ଯେ ଷ୍ଟେସନରେ ଜମାହୋଇଥିବା ଭିଡ଼ରେ ଥିବା ଅଧିକାଂଶ ଲୋକ ମହାକୁମ୍ଭ ସ୍ନାନ ପାଇଁ ଯାଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।
ଏହା ପୂର୍ବରୁ ରେଳବାଇ ପକ୍ଷରୁ ଏହି ଦଳାଚକଟା ଓ ହୋଇଥିବା ମୃତ୍ୟୁସଂଖ୍ୟାକୁ ସ୍ବୀକାର କରିବା ସହ ମୃତକଙ୍କ ତାଲିକା ପ୍ରକାଶ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)