ମଡେଲ୍‌ଙ୍କ ସହ ଶାରୀରିକ ସଂପର୍କ ରଖିବା ପରେ ଝିଅ ଇଭାଙ୍କାଙ୍କ ସହ ତୁଳନା କରିଥିଲେ ଟ୍ରମ୍ପ, ମଡେଲ ଆଣିଲେ ଅଭିଯୋଗ

ଓ୍ଵାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ କେଳେଙ୍କାରୀ କେବେ ହୁଏତ କମ୍‌ ହେବ ନାହିଁ। ନିଜର ଅତୀତ ଜୀବନର ଯୌନ ଲିପସା ଲାଗି କିଛି ଦିନ ଅନ୍ତରରେ କିଛି ନା କିଛି ବିବାଦରେ ପଡ଼ିଥାନ୍ତି ଟ୍ରମ୍ପ। ଏଥର ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ‘ପ୍ଲେ ବୟ’ ପତ୍ରିକାର ଜଣେ ପୂର୍ବତନ ମଡେଲ୍‌। ପୂର୍ବରୁ ଜଣେ ମଡେଲ କହିଥିଲେ କି ଟ୍ରମ୍ପ ମାଲେନିଆଙ୍କୁ ବିବାହ କରିବା ପରେ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ‘ପ୍ଲେ ବୟ’ ପତ୍ରିକାର ଏହି ମଡେଲଙ୍କ ଅଭିଯୋଗ ହେଲା, ପ୍ରଥମେ ଟ୍ରମ୍ପ ଶାରୀରିକ ସଂପର୍କ ରଖିବା ପରେ ପରେ ମଡେଲ ଜଣଙ୍କୁ ତାଙ୍କ ଝିଅ ଇଭାଙ୍କାଙ୍କ ସହ ତୁଳନା କରିଥିଲେ।

ମଡେଲ ମ୍ୟାକ୍‌ ଡୋଉଗଲ୍‌ଙ୍କ କହିବା ଅନୁଯାୟୀ, ‘ଟ୍ରମ୍ପଙ୍କ ସହ ମୋର ପ୍ରଥମେ ସୁଟିଂ ସେଟ୍‌ରେ ସାକ୍ଷାତ ହୋଇଥିଲା। କଥାବାର୍ତ୍ତାରୁ ପରିଚୟ ସୃଷ୍ଟି ହୋଇଥିଲା। ତା’ପରେ ଆମେ ଦୁହେଁ ଶାରୀରିକ ସଂପର୍କ ରଖିଥିଲୁ। ଟ୍ରମ୍ପ ମୋତେ ଏଥିପାଇଁ ଅର୍ଥ ଯାଚିଥିଲେ, ଯାହାକି ମୋତେ ଖୁବ୍‌ ଖରାପ ଲାଗିଥିଲା ଓ ମୁଁ ମନା କରି ଦେଇଥିଲି। ମାତ୍ର ଶାରୀରିକ ସଂପର୍କରେ ପରେ ସେ ଯାହା କହିଥିଲେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ସେ ମୋର ସୌନ୍ଦର୍ଯ୍ୟକୁ ସେ ତାଙ୍କ ଝିଅ ଇଭାଙ୍କାର ସୌନ୍ଦର୍ଯ୍ୟ ସହ ତୁଳନା କରିଥିଲେ। ଇଭାଙ୍କା ଜଣେ ଦକ୍ଷ ଏବଂ ସୁନ୍ଦରୀ ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ। ଏହା ଏକ ସାଧାରଣ କଥା ଯେ ଜଣେ ବାପା ତାଙ୍କ ଝିଅକୁ ନେଇ ଗର୍ବ କରିବା। ମାତ୍ର ସେ ଇଭାଙ୍କାଙ୍କୁ ମୋ ସହ ତୁଳନା କରିବା କଥା ମୋତେ ଚକିତ କରିଥିଲା।’ ସେ ଆହୁରି କି କହିଛନ୍ତି କି ସେ ପୂର୍ବରୁ ଟ୍ରମ୍ପ ଏବଂ ତାଙ୍କ ଝିଅ ଇଭାଙ୍କାଙ୍କ ମଧ୍ୟରେ ଶାରୀରିକ ସଂପର୍କ ଥିବା କଥା ଅନ୍ୟ ସୂତ୍ରରୁ ଶୁଣିଥିଲେ।

ମାତ୍ର ମ୍ୟାକ୍‌ ଡୋଉଗଲ୍‌ଙ୍କ ଏପରି ମନ୍ତବ୍ୟକୁ ଆମେରିକାର ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଟ୍ରମ୍ପଙ୍କର ତାଙ୍କ ସହ କୌଣସି ଅନୈତିକ ସଂପର୍କ ନାହିଁ ବୋଲି କୁହାଯାଇଛି। କେବଳ ମ୍ୟାକ୍‌ କାହିଁକି ଅନ୍ୟ ସମସ୍ତ ମହିଳାଙ୍କ ଅଭିଯୋଗ ମିଥ୍ୟା ବୋଲି କୁହାଯାଇଛି। ପୂର୍ବରୁ ଆଡ୍‌ଲଟ ଚଳଚ୍ଚିତ୍ର ନାୟିକା ଷ୍ଟ୍ରମି ଡାନିଏଲ୍‌ସ କହିଥିଲେ ଯେ, ‘ଟ୍ରମ୍ପ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ବେଳେ ଅନେକ ସମୟରେ ଝିଅ ଇଭାଙ୍କାଙ୍କ ସହ ତୁଳନା କରନ୍ତି।’ ଏ ସଂପର୍କରେ ମଧ୍ୟ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ସଫେଇ ଦିଆଯାଇଛି ଯେ ଇଭାଙ୍କା ହେଉଛନ୍ତି ଟ୍ରମ୍ପଙ୍କ ଝିଅ। ତେଣୁ ତାଙ୍କୁ ନେଇ ଗର୍ବ କରିବା ଟ୍ରମ୍ପଙ୍କ ପକ୍ଷେ ସ୍ୱାଭାବିକ କଥା।

ସମ୍ବନ୍ଧିତ ଖବର