ଢାକା: ଲୁଚକାଳି ଖେଳୁଥିବା ସମୟରେ ୧୫ବର୍ଷର ଜଣେ ବାଳକ ୩୭୦୦କିମି ବାଟ ଅତିକ୍ରମ କରି ଅନ୍ୟ ଦେଶରେ ପହଞ୍ଚି ଯାଇଥିଲା। ୭ଦିନ ପରେ ବାକଳକୁ ଉଦ୍ଧାର କରିବା ପରେ ତାର ଅବସ୍ଥା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେସଙ୍ଗେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, ଏଭଳି ଘଟଣା ବାଂଲାଦେଶର ଚଟଗ୍ରାମରେ ଘଟିଛି। ୧୫ବର୍ଷୀୟ ଫହିମ ତାର ସାଙ୍ଗମାନଙ୍କ ସହିତ ଚଟଗ୍ରାମର ବନ୍ଦରରେ ଲୁଚକାଳି ଖେଳୁଥିଲା। ତାକୁ ଯେପରି କେହି ନପାଇବେ ସେଥିପାଇଁ ସେ ନିଜକୁ ଏକ ସିପିଂ କଣ୍ଟେନର ଭିତରେ ବନ୍ଦ କରି ଦେଇଥିଲା। ଆଉ ସେଥିରେ ତାର ନିଦ ଲାଗି ଯାଇଥିଲା। ଯେତେବେଳେ ତାର ନିଦ ଭାଙ୍ଗିଥିଲା ସେ ମାଲେସିଆରେ ପହଞ୍ଚି ଯାଇଥିଲା। ତାର ପରିବାର ସଦସ୍ୟ କିମ୍ବା ସେଠାରେ କାମ କରୁଥିବା ଲୋକମାନେ ଏ ବିଷୟରେ କୌଣସି ସୂଚନା ପାଇ ପାରି ନଥିଲେ।
ଯେତେବେଳେ ମାଲେସିଆ ବନ୍ଦରରେ କଣ୍ଟେନର ଖୋଲାଯାଇଥିଲା ସେତେବେଳେ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଥିରୁ ଜଣେ ବାଳକ ବାହାରିଥିଲା। ପଚରାଉଚରା ବେଳେ ସେ ବାଂଲାଦେଶର ବୋଲି ଜଣାପଡିଥିଲା। ଏହା ପରେ ଅଧିକାରୀମାନେ ଚଟଗ୍ରାମର ବନ୍ଦରର କର୍ମଚାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ।
/sambad/media/post_attachments/5cb49719bb97117a91b667d7441019c6a03157c8a00ababacbc555cce86f3665.jpg)
ଜାନୁଆରି ୧୧ ରେ ନିଖୋଜ ଥିବା ଫହିମଙ୍କୁ ଜାନୁଆରି ୧୭ ରେ ମାଲେସିଆ ବନ୍ଦରରୁ ଉଦ୍ଧାର କରାଯାଇଥିଲା। ମାଲେସିଆର ନ୍ୟୁଜ୍ ଏଜେନ୍ସି ବର୍ନମାଙ୍କ ଅନୁଯାୟୀ, ମାଲେସିଆର ଗୃହମନ୍ତ୍ରୀ ଦାତୁକ ସେରି ସୈଫୁଦ୍ଦିନ ନସ୍ୟୁସନ ଇସମାଇଲ୍ ଏହି ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।
ସେ କହିଛନ୍ତି, ‘ଅନୁମାନ କରାଯାଉଛି କି ବାଳକଟି କଣ୍ଟେନରରେ ପ୍ରବେଶ କରି ସେଠାରେ ଶୋଇଯିବା ଫଳରେ ମାଲେସିଆରେ ଆସି ପହଞ୍ଚି ଯାଇଥିଲା। ଫାହିମ କଣ୍ଟେନରରେ ଏକ ସପ୍ତାହ ଭୋକିଲା ଏବଂ ଶୋଷିଲା ରହିଥିଲା। ଏହି କାରଣରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲା। ଆଉ ଜ୍ବରରେ ପୀଡିତ ହୋଇଥିଲା। ବାହାରକୁ ବାହାର କରାଯିବା ପରେ ତାକୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।’
ଏହା ପ୍ରଥମେ ମାନବ ଚାଲାଣ ମାମଲା ହୋଇପାରେ ବୋଲି ପୁଲିସ ସନ୍ଦେହ କରିଥିଲା, କିନ୍ତୁ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସତ୍ୟ ସାମ୍ନାକୁ ଆସିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଅକ୍ଟୋବରରେ ମାଲେସିଆ ପୁଲିସ କଣ୍ଟେନରରୁ ୧୫ ବର୍ଷ ବାଳକର ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/a3e233e2-d7cf-4a91-a314-105c8b3d032c.jpg)