ନୂଆଦିଲ୍ଲୀ: ସିନେମା ପ୍ରଦର୍ଶନ ପୂର୍ବରୁ ବିଭିନ୍ନ ସିନେମା ଘରରେ ଜାତୀୟ ସଙ୍ଗୀତ ବଜାଇବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ନ କରିବାକୁ କେନ୍ଦ୍ର ସରକାରଙ୍କ ଆବେଦନ ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ୨୦୧୬ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ସିନେମା ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଇପବା ବାଧ୍ୟତାମୂଳକ କରିଥିଲେ। ଆଜି ସର୍ବୋଚ୍ଚ ନ୍ୟୟାଳୟ ଏହି ଆଦେଶ ପ୍ରତ୍ୟାହାର କରି ନେବା ପରେ ଆଉ ସିନେମା ହଲରେ ଜାତୀୟ ସଙ୍ଗୀତ ବଜାଇବା ବାଧ୍ୟତା ମୂଳକ ହୋଇ ନାହିଁ।
ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳ ପୂର୍ବରୁ କେବଳ ଥିଏଟର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦେଇଥିଲେ। ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଥିଏଟରଗୁଡ଼ିକରେ ଜାତୀୟ ସଙ୍ଗୀତ ବଜାଇବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଗତକାଲି ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ଓ ବଜାଇବା ନେଇ ଗାଇଡଲାଇନ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଏକ ୧୨ ଜଣିଆ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ଏହି କମିଟି ଜାତୀୟ ସଙ୍ଗୀତ ଗାନ ଓ ବାଜାଇବା ନେଇ ସମସ୍ତ ଦିଗରୁ ତର୍ଜମା କରିବ।ଏହି କମିଟି ଆସନ୍ତା ୬ ମାସ ମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହିତ ଆଲୋଚନା କରି ତାର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଉପରେ ଜାତୀୟ ସଙ୍ଗୀତ ବଜାଇବା ଓ ଗାନ କରିବା ନେଇ ପରିସ୍ଥିତି, ଓ କେଉଁ ଅବସରରେ ଏହା ଗାନ କରାଯିବ କିମ୍ବା ବାଜିବ ତାହା ସ୍ଥିର କରିବା ସହିତ ଏଥିପାଇଁ ଆବଶ୍ୟକ ଶିଷ୍ଟାଚାର ଉପରେ ସରକାର ନିୟମ ପ୍ରଣୟନ କରିବେ ବୋଲି ଜଣାଇଥିଲେ। ତେଣୁ ସର୍ବୋଚ୍ଚ ନ୍ୟାୟଳୟ ସେତେ ଦିନ ପର୍ଯ୍ୟନ୍ତ ତାଙ୍କ ନିର୍ଦ୍ଦେଶାନାମେେରେ କୋହଳ କରିବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳକୁ ଅନୁରୋଧ କରିଥିଲେ।
ମୁଖ୍ୟ ବିଚାର ପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟି ଓ୍ଵାଇ ବି ଚନ୍ଦ୍ରଚୁଡ଼ ଓ ଜଷ୍ଟିସ , ଏମ ଖନିଓ୍ଵିଲକରଙ୍କୁ ନେଇ ଗଠିତ ବେଞ୍ଚ ଏହି ମାଢ଼ଲାର ଶୁଣାଣୀ କରି ପୂବ;ରୁ ସ;ର୍ବାଚ୍ଚ ନ୍ୟାୟାଳୟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶାନାକୁ ପ୍ରତ୍ୟାହାର କରି ନେଇଥିଲେ।
ସିନେମା ଘରରେ ଜାତୀୟ ସଙ୍ଗୀତ ବଜାଇବା ବାଧ୍ୟତାମୂଳକ ନୁହେଁ: ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2018/01/Supreme-Court_National-Flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)