ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସହାୟତାରେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାବେଳେ ଏହି ମେଣ୍ଟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର ହୋଇଛି ।

Advertisment

ଏହି ମେଣ୍ଟ ଲୋକଙ୍କ ଇଚ୍ଛାର ବିରୁଦ୍ଧାଚରଣ କରୁଛି ବୋଲି ଅବିଯୋଗ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହାରାଷ୍ଟ୍ରର ଦିନଦୋସି ବିଧାନସଭା ମଣ୍ଡଳୀର ଜଣେ ବ୍ୟକ୍ତି ସୁରେନ୍ଦ୍ର ଇନ୍ଦ୍ରବାହାଦୂର ସିଂ । ନିଜର ପିଟିସନରେ ସେ ଅଭିଯୋଗ କରିଛନ୍ତି ଯେ ଏସବୁ ଦଳମାନେ ପରସ୍ପର ବିରୋଧରେ ପ୍ରଚାର କରି ନିର୍ବାଚନ ଲଢିଥିଲେ । କିନ୍ତୁ ଜିତିବାପରେ ସେମାନେ ଏକାଠି ହୋଇ ଲୋକଙ୍କ ଜନାଦେଶ ବିରୋଧରେ ଯାଉଛନ୍ତି ।
ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେପି -ଶିବସେନା ମହାଯୁତି ମେଣ୍ଟ ଓ କଂଗ୍ରେସ - ଏନସିପି ମହା ଅଗାଧି ମେଣ୍ଟ ଗଢି ଲୋକଙ୍କୁ ଭୋଟ ମାଗିଥିଲେ । ଲୋକମାନେ ଏହି ଦୁଇ ମେଣ୍ଟକୁ ଦେଖି ଭୋଟ ଦେଇଥିଲେ । ନିର୍ବାଚନ ଫଳାଫଳରେ ବିଜେପି-ଶିବସେନା ମେଣ୍ଟକୁ ସ୍ପଷ୍ଟ ଜମାଦେଶ ମିଳିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ଦାବି କରି ଶିବସେନା ଏନସିପି-କଂଗ୍ରେସ ସହ ହାତ ମିଳାଉଛି । ଏହା ଭୋଟରମାନଙ୍କୁ ଠିକବା ସଦୃଶ ହୋଇଛି । ଏହି ଯେଉଁ ମେଣ୍ଟ ଗଢାଯାଉଛି, ଲୋକମାନେ ତା ବିରୁଦ୍ଧରେ ଭୋଟ ଦେଇଥିଲେ ।