ନୂଆଦିଲ୍ଲୀ: ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି । ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ।
ବାର୍ତ୍ତା ଆରମ୍ଭ କରି ସେ କହିଲେ କି, ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି । କିନ୍ତୁ, ସମଗ୍ର ଦେଶର ସାମୂହିକ ସାମର୍ଥ୍ୟ ଆମ ସମସ୍ତଙ୍କ ସହ ଥିବାରୁ ଆମେ ଏକାକୀ ନୁହନ୍ତି ।
/sambad/media/post_attachments/wp-content/uploads/2020/04/Modi-Speech-on-Corona_2.jpg)
ସେ ଆହୁରି କହିଛନ୍ତି, ଆଜି କୋଟି କୋଟି ଜନତା ଘର ଭିତରେ ଥିବାବେଳେ ଅନେକେ ଭାବୁଥିବେ ସେମାନେ ଏକାକୀ କେମିତି କୋଭିଡ୍-୧୯ ବିରୋଧରେ ଏହି ସଂଗ୍ରାମ ଲଢ଼ିବେ । ଏ ଭଳି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥାଇପାରେ? କିନ୍ତୁ ଦୟାକରି ମନେରଖନ୍ତୁ, ଆମ ଭିତରୁ କେହି ଏକାକୀ ନୁହନ୍ତି । ପ୍ରତ୍ୟେକଙ୍କ ସହ ୧୩୦ କୋଟି ଭାରତୀୟଙ୍କ ସାମର୍ଥ୍ୟ ରହିଛି।
ଦେଶ ଲକଡାଉନର ୧୦ମ ଦିବସରେ ପ୍ରବେଶ କରୁଥିବା ବେଳେ ଆଜି ସକାଳେ ପ୍ରଧାମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ ପରାମର୍ଶ ଦେଇ କହିଛନ୍ତି ଯେ କରୋନାଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରରୁ ଆମେ ଆଲୋକ ଆଡ଼କୁ ଯାତ୍ରା କରିବା । ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ; ଘରେ ରୁହନ୍ତୁ । ଆମ ଉଚ୍ଛ୍ୱାସ ଓ ଆଗ୍ରହ ଠାରୁ ବଳି ଆଉ କୌଣସି ଶକ୍ତି ଟାଣୁଆ ନୁହଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Modi-Speech-on-Corona-For-5th-April_Thumbnail_3.jpg)