ପରିବାର ଓ ନିଜ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ନକ୍ସଲଙ୍କ ସହିତ ଲଢ଼ି ପିଏଲଏଫ୍‌ଆଇ କମାଣ୍ଡରକୁ ନିହତ କଲେ ଏହି ସାଧାରଣ ମହିଳା

ରାଞ୍ଚି: ଝାଡ଼ଖଣ୍ଡରେ ବୁଧବାର ରାତିରେ ଉଗ୍ରବାଦୀ ସଙ୍ଗଠନ ପିଏଲଏଫ୍‌ଆଇର କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ତେବେ ଏହି କମାଣ୍ଡରଙ୍କୁ ଏଥର କୌଣସି ସୁରକ୍ଷାବଳ ନୁହେଁ, ବରଂ ଜଣେ ସାଧାରଣ ମହିଳା ଏକାକୀ ମାରି ଗଡ଼ାଇ ଥିବା ଜଣାପଡ଼ିଛି। ମହିଳାଙ୍କ ଏଭଳି ସାହସ ଦେଖି ଗ୍ରାମ ଭିତରକୁ ପ୍ରବେଶ କରିଥିବା ନକ୍ସଲମାନେ ଛତ୍ରଭଙ୍ଗ ଦେଇ ସେସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନକ୍ସଲ କମାଣ୍ଡରଙ୍କ ମୃତଦେହକୁ ଜବତ କରିଛି। ଏଥିସହିତ ଅନ୍ୟ ନକ୍ସଲଙ୍କୁ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

ସୂଚନାଯୋଗ୍ୟ, ବୁଧବାର ରାତିରେ ମାଓ ସଙ୍ଗଠନ ପିଏଲଏଫଆଇର ସବ-ଜୋନଲ କମାଣ୍ଡର ବସନ୍ତ ଗୋପ ନିଜର ସାଥୀଙ୍କ ସହିତ ଗୁମଲା ବିନୀତାଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ। ନକ୍ସଲ ବିନୀତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ପ୍ରଥମେ ନକ୍ସଲଙ୍କୁ ଦେଖି ଭୟରେ ବିନୀତା ଘରେ ଲୁଚି ରହିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଓ ପରିବାରର ଜୀବନ ପ୍ରତି ବିପଦ ଦେଖି ନିଜ ଜୀବନକୁ ଖାତିର ନ କରି ଘରେ ଥିବା ଟାଙ୍ଗିଆ ଧରି ନକ୍ସଲଙ୍କ ଉପରେ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ।

लकड़ी से बंधा मिला शव

ବିନୀତାଙ୍କ ଏହି ଆକ୍ରମଣରେ ନକ୍ସଲ କମାଣ୍ଡର ଗୁରୁତର ଆହତ ହୋଇଥିଲେ। କମାଣ୍ଡରର ଏଭଳି ଅବସ୍ଥା ଦେଖି ତାର ସାଥୀମାନେ ତାଙ୍କୁ ସେଠାରୁ ଉଠାଇ ନେଇଥିଲେ। ରାସ୍ତାରେ ଉକ୍ତ କମାଣ୍ଡରଙ୍କ ଶରୀରରୁ ଅଧିକ ରକ୍ତ ବୋହିବା ହେତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସର ଭୟରେ ସାଥୀମାନେ କମାଣ୍ଡର ଶବକୁ ସେଠାରେ ହିଁ ଛାଡ଼ି ଚାଲି ଯାଇଥିଲେ।

ଗ୍ରାମବାସୀ ତୁରନ୍ତ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସଙ୍ଗେସଙ୍ଗେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଥିଲେ। ଏହି ସର୍ଚ୍ଚ ଅପରେସନ୍‌ ସମୟରେ ଜଙ୍ଗଲର କିଛି ଦୂରରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାକି ପିଏଲଏଫ୍‌ଆଇର କମାଣ୍ଡରଙ୍କ ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର