ଉଚ୍ଚମାନର ସୋଲାର ପିଭି ମଡ୍ୟୁଲ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଜାତୀୟ କାର୍ଯ୍ୟକ୍ରମକୁ ପିଏଲଆଇ ସୁବିଧା ଦେବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଅତି ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଉଦ୍ଧିଷ୍ଟ ଜାତୀୟ କାର୍ୟ୍ୟକ୍ରମ ନିମନ୍ତେ ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଯେଉଁ ସବୁ ଉଦ୍ୟୋଗ ଉଚ୍ଚମାନର ସୋଲାର ପି.ଭି ଉତ୍ପାଦନ କରିବେ ସେମାନଙ୍କୁ ପିଏଲଆଇର ଅନ୍ତର୍ଭୁକ୍ତ କରିବା ପାଇଁ ନୂଆ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଉପସ୍ଥାପନ କରିଥିଲା । ଏହାକୁ ଅନୁଧ୍ୟାନ କରିବା ପରେ କ୍ୟାବିନେଟ ଅନୁମୋଦନ କରିଛି ।ଏଥିପାଇଁ ୪,୫୦୦ କୋଟି ଟଙ୍କାର ଯେଉଁ ଜାତୀୟ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ସେଥିରେ ଜିଗାୱାଟ ସ୍ତରର ଅତି ଉଚ୍ଚମାନର ସୌର ପିଭି ମଡ୍ୟୁଲ ଦେଶରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ଭାରତରେ ଯେଉଁ ସୌରଶକ୍ତି ଉତ୍ପାଦନ କରାଯାଉଛି ସେଥିରେ ବ୍ୟବହୃତ ପିଭି ସେଲ ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି । ଏହି ଧରଣର ସୋଲାର ପିଭି ମଡ୍ୟୁଲ ଦେଶରେ ଅତି କମ୍ ପରିମାଣରେ ତିଆରି ହେଉଛି । ତେଣୁ ବିଜୁଳି ଭଳି ଅତି ଅତ୍ୟାବଶ୍ୟକ କ୍ଷେତ୍ରର ଜରୁରୀ ଆବଶ୍ୟକତା ପୂରଣ  ଓ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ପାଇଁ ଏହି ସ୍ୱଦେଶୀ ମଡ୍ୟୁଲ ବିଶେଷ ଜରୁରୀ । ଏହାଦ୍ୱାରା ଭାରତର ଆମଦାନୀ ଚାହିଦା ଯଥେଷ୍ଟ କମିବ ।

PM Modi says coronavirus vaccine will be ready in weeks, waiting for nod to  start vaccination | Live Updates - India News
India Today

ଯେଉଁ କମ୍ପାନୀ ଓ ଉଦ୍ୟୋଗୀମାନେ ସୋଲାର ପିଭି ଉତ୍ପାଦନ କରିବେ ସେମାନଙ୍କୁ ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ ମନୋନୀତ କରାଯିବ । ମନୋନୀତ ଉଦ୍ୟୋଗଗୁଡିକ ୫ବର୍ଷ ପାଇଁ ପିଏଲଆଇ ସ୍କିମ୍ ବା ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନାରେ ସରକାର ପ୍ରୋତ୍ସାହନ ଯୋଗାଇବେ । ସମ୍ପୃକ୍ତ ଶିଳ୍ପ ସଂସ୍ଥା ଉତ୍ପାଦନ ଆରମ୍ଭ କରିବା ପରେ ଏହି ପ୍ରୋତ୍ସାହନ ପାଇବାକୁ ହକ୍‌ଦାର ହେବେ । ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି ଉପରେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ।

ଦେଶୀ ବା ସ୍ଥାନୀୟ ବଜାରରୁ ଆବଶ୍ୟକ ଉପାଦାନ ସଂଗ୍ରହ କରି ଉଚ୍ଚମାନର ସୋଲାର ପିଭି ନିର୍ମାତାଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ତେଣୁ ସ୍ଥାନୀୟ ମୂଲ୍ୟ ମିଶ୍ରଣ ଓ ଉଚ୍ଚମାନର ପିଭି ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶି ବଢିବ ।

ଏହି ଯୋଜନାରେ ସରକାର ଅତିରିକ୍ତ ୧୦ହଜାର ମେଗାୱାଟ ସୌରଶକ୍ତି ଉତ୍ପାଦନ ପାଇଁ ଭିତ୍ତିଭୂମି ନିର୍ମାଣ କରିପାରିବେ । ଏହାଛଡା ସୋଲାର ପିଭି ଉତ୍ପାଦନ ଉଦ୍ୟୋଗରେ ସିଧାସଳଖ ୧୭,୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ମେଟେରିଆଲ ବାଲାନ୍ସ (ସାମଗ୍ରୀ ମହଜୁଦ) ପାଇଁ  ୫ବର୍ଷ ନିମନ୍ତେ ୧୭, ୫୫୦କୋଟି ଟଙ୍କାର ଚାହିଦା ସୃଷ୍ଟି ହେବ । ଏହାଦ୍ୱାରା ୩୦ହଜାର ଲୋକ ପ୍ରତ୍ୟକ୍ଷ ଏବଂ ୨୦ହଜାର ଲୋକ ପରୋକ୍ଷ ନିଯୁକ୍ତି ସୁବିଧା ପାଇବେ । ପ୍ରତିବର୍ଷ ଏ ବାବଦରେ ଭାରତ ୧୭,୫୦୦କୋଟି ଟଙ୍କାର ଆମଦାନୀ ହ୍ରାସ କରିପାରିବ । ସର୍ବୋପରି ଏହା ଦ୍ୱାରା ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଗବେଷଣା ଓ ଉନ୍ନୟନ କାର୍ୟ୍ୟକୁ ପ୍ରୋତ୍ସାହନ ମିଳିବ ।

ସମ୍ବନ୍ଧିତ ଖବର