ନୂଆଦିଲ୍ଲୀ: ଫାଶୀ ପ୍ରଥା ଉଚ୍ଛେଦ କରି ତା’ ପରିବର୍ତ୍ତେ ବିଷାକ୍ତ ଇଞ୍ଜେକ୍ସନ୍ କିଂବା ଗୁଳି କରି ମୃତ୍ୟୁଦଣ୍ଡ ଦେବା ପାଇଁ ଜନୈକ ସୁପ୍ରିମ୍ କୋର୍ଟ ଆଡ୍ଭୋକେଟ୍ ଋଷି ମାଲହୋତ୍ରା ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।
ଫାଶୀ ଦୀର୍ଘକାଳ ଯନ୍ତ୍ରଣାଦାୟକ ହୋଇଥିବାବେଳେ ପ୍ରସ୍ତାବିତ ଅନ୍ୟ ଦୁଇ ପଦ୍ଧତି ସ୍ୱଳ୍ପ ଯନ୍ତ୍ରଣାଦାୟକ ବୋଲି ମାଲହୋତ୍ରା ପୂର୍ବରୁ ସୁପ୍ରିମ୍ କୋର୍ଟ ଦେଇଥିବା ରାୟକୁ ଉଦ୍ଧାର କରି ପିଟିସନ୍ରେ ଉଲ୍ଲେଖ କରିଛନ୍ତି।
ଫାଶୀଜନିତ ମୃତ୍ୟୁ ପ୍ରକ୍ରିୟା ଘୋଷଣା ନିମନ୍ତେ ୪୦ ମିନିଟ୍ ଲାଗୁଥିବାବେଳେ ଅନ୍ୟ ଦୁଇ ବିକଳ୍ପ ପ୍ରକ୍ରିୟାରେ ମୃତ୍ୟୁ ଘୋଷଣା କରିବାକୁ ସର୍ବାଧିକ ୫ ମିନିଟ୍ ଲାଗିବ ବୋଲି ମାଲହୋତ୍ରା ମତ ଦେଇଛନ୍ତି।