ପାନାଜୀ : ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ (ଏସ୍ ସିଓ-ସିଏଫଏମ) ଆଜିଠାରୁ ଆରମ୍ଭ ହୋଇଛି। ମେ' ୪ ଓ ୫ତାରିଖରେ ହେବାକୁ ଥିବା ଏହି ବୈଠକରେ ଅଂଶଗ୍ରହଣ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଗୋଆରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀରେ ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ (ଏପ୍ରିଲ ୨୮)ରେ ଭାରତ ଅଧ୍ୟକ୍ଷତା କରିବାର କିଛି ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏସସିଓ ଶିଖର ସମ୍ମିଳନୀ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାରଦିନ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ସାକ୍ଷାତ କରି ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ତର୍ଜାତୀୟ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜୟଶଙ୍କର ନିଜ ରୁଷ ପ୍ରତିପକ୍ଷଙ୍କ ସହ ମଜା ଗପ କରିବା ସହ ତାଙ୍କୁ ଥଟ୍ଟା କରୁଥିବା ଦେଖାଯାଇଥିଲା ।

Advertisment

ରୁଷୀୟ ଗଣମାଧ୍ୟମରେ ସେୟାର କରାଯାଇଥିବା ଏହି ବୈଠକର ଫଟୋ ଏବଂ ସୂଚନା ଅନୁଯାୟୀ, ଏସ ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଲାଭରୋଭଙ୍କ ସହ ଥଟ୍ଟା ତାମସା କରୁଥିବା ଦେଖାଯାଇଥିଲା । ଜୟଶଙ୍କର ତାଙ୍କୁ ପଚାରିଥିଲେ, ଗୋଆରେ ତାଙ୍କୁ କିଛି ବିଶ୍ରାମ ଓ ସନବାଥ ର ସୁଯୋଗ ମିଳିଥିଲା କି ? ଏହାର ଜବାବରେ ଲାଭରୋଭ କହିଥିଲେ ଯେ, “ତାଙ୍କ ପାଖରେ ସମୟ ଅଛି, କିନ୍ତୁ ପ୍ଲିଜ୍ ଏକଥା କାହାକୁ କୁହନାହିଁ ।“