ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଜାରି ହୋଇଥିବା ଲକ୍ଡାଉନ୍ ସଂପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ରାତିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍ଡାଉନ୍ ବଢ଼ାଯିବା ସଂପର୍କରେ ସେମାନଙ୍କର ମତାମତ ନେଇଥିବା ଖବର ସାମ୍ନାକୁ ଆସିଥିଲା। ଲକ୍ ଡାଉନ୍-୪ର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ଆଗକୁ କେମିତି କରୋନାର ମୁକାବିଲା କରାଯିବ ସେ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ | ତେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ପରେ ଅମିତ ଶାହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚି ଲକଡାଉନକୁ ନେଇ ଆଲୋଚନା କରିଥିବା ଜଣାପଡିଛି |
/sambad/media/post_attachments/40ca042f020766bd70fda50e35d83529eeb6906874a2c51fde2890f7a47c476d.jpg)
ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ଲକଡାଉନ ରଣନୀତି ଉପରେ ଆଲୋଚନା କରିଥିଲେ ଏବଂ କରୋନା ମହାମାରୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପକୁ କିପରି ପୁନଃ ଆରମ୍ଭ କରାଯିବ ସେନେଇ ତର୍ଜମା କରିଥିଲେ। ତେବେ ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା ସମୟରେ କିଛି ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢାଇବା ପାଇଁ ନିଜର ମତ ରଖିଥିଲେ | ଗୋଆର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢାଇବା ପାଇଁ ଦାବି କରିଥିବା ଜଣା ପଡିଛି | ଆଲୋଚନା ସାରିଥିବା ବେଳେ ଆସନ୍ତାକାଲି ଲକଡାଉନକୁ ନେଇ ସରକାର ନିଜର ନିଷ୍ପତି ଶୁଣାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି |