ବଜରଙ୍ଗଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଟୋକିଓ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରୁ ଆଜି ଖୁସି ଖବର ଆଣିଦେଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ | ସେ ଆଜି ବ୍ରୋଞ୍ଜ ପଦକ ଜିତିଛନ୍ତି | ବଜରଙ୍ଗ କାଜାଖସ୍ତାନର କୁସ୍ତିଯୋଦ୍ଧା ଦାଉଲେତ ନିୟାଜବେକଭଙ୍କୁ ପରାସ୍ତ କରିଛନ୍ତି | ସେ ଦାଉଲେତ ନିୟାଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି | ବଜରଙ୍ଗ ଆଜି ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଂଚିଛି | ଏତେ ବଡ଼ ସଫଳତା ପରେ ଟ୍ୱିଟ କରି ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

ରାଷ୍ଟ୍ରପତି ଟ୍ୱିଟ କରି ଲେଖିଛନ୍ତି ଯେ, ଭାରତୀୟ କୁସ୍ତି ପାଇଁ ଏକ ବିଶେଷ ମୁହୂର୍ତ୍ତ | ଟୋକିଓ ୨୦୨୦ରେ ବ୍ରୋଞ୍ଜ ଜିତିଥିବାରୁ ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ | ବର୍ଷ ବର୍ଷ ଧରି ନିରନ୍ତର ପ୍ରୟାସ ଏବଂ ଦୃଢ଼ତା ସହିତ ଆପଣ ନିଜକୁ ଜଣେ ଉଲ୍ଲେଖନୀୟ କୁସ୍ତିଯୋଦ୍ଧା ଭାବରେ ଅନ୍ୟଠୁ ନିଜକୁ ଅଲଗା କରିଛନ୍ତି | ପ୍ରତ୍ୟେକ ଭାରତୀୟ ଆପଣଙ୍କ ସଫଳତାରେ ଆନନ୍ଦିତ |

ସେହିଭଳି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଟୋକିଓ ୨୦୨୦ରୁ ଖୁସି କଲା ଭଳି ଖବର ଆସିଛି | ବଜରଙ୍ଗ ପୁନିଆ ଆପଣଙ୍କ ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ | ଆପଣଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଏବଂ ଖୁସି କରିଛି|

ସମ୍ବନ୍ଧିତ ଖବର