ନୂଆଦିଲ୍ଲୀ: ସକାଳ ୯: ୩୦ ସୁଦ୍ଧା ଅଫିସ୍ରେ ପହଞ୍ଚିବା ପାଇଁ ଚେଷ୍ଟା କରିବାକୁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମସ୍ତ ମନ୍ତ୍ରୀମାନଙ୍କୁ କହିଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହଣ ସୃଷ୍ଟି କରିବା ପାଇଁ ଘରୁ ଥାଇ ଅଫିସ କାମ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ ତାଙ୍କ ସହଯୋଗୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି କି, ସଂସଦରେ ଅଧିବେଶନ ଚାଲିଥିବା ୪୦ ଦିନ ସେମାନେ ବାହାରକୁ ଗସ୍ତ କରିବା ନିମନ୍ତେ କୌଣସି ଯୋଜନା କରନ୍ତୁ ନାହିଁ।
ନିଜେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟର ଉଦାହରଣ ଦେଇ ମୋଦୀ କହିଲେ ଅଫିସର୍ମାନେ ଆସିବା ସମୟରେ ସେ ମଧ୍ୟ ଅଫିସ୍ରେ ପହଞ୍ଚି ଯାଉଥିଲେ ଏବଂ ସେ ଦିନର କାର୍ଯ୍ୟକଳାପ ଧାର୍ଯ୍ୟ କରିବାରେ ସହାୟକ ହେଉଥିଲେ। ପୁନଶ୍ଚ କ୍ଷମତାକୁ ଆସିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ପ୍ରଥମ କରି ମନ୍ତ୍ରୀ ପରିଷଦ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ।
Photo Source: Dainik Jagaranନୂତନ ମନ୍ତ୍ରୀମାନଙ୍କୁ ସହାୟତା କରିବାକୁ ସେ ବରିଷ୍ଠ ମନ୍ତ୍ରୀମାନଙ୍କୁ କହିଛନ୍ତି। ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କ ମଧ୍ୟରେ ଅଧିକ ପାର୍ଥ୍ୟକ ନ ଥିବାରୁ ବରିଷ୍ଠ ମନ୍ତ୍ରୀମାନେ ନିର୍ବାଚିତ ସାଂସଦମାନଙ୍କୁ ଭେଟିବା ପାଇଁ ସମୟ ଦେବା ଉଚିତ ବୋଲି ସେ କହିଛନ୍ତି। ସଦ୍ୟତମ କାର୍ଯ୍ୟକଳାପ ସଂକ୍ରାନ୍ତରେ ମନ୍ତ୍ରାଳୟର କର୍ମଚାରୀମାନଙ୍କ ସହ ନିୟମିତ କିଛି ସମୟ ଆଲୋଚନା କରିବାକୁ ମଧ୍ୟ ସେ ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/council.jpg)