ଭୋଟ୍‌ ଦେବା ଲାଗି ଭୋଟର୍‌ମାନଙ୍କୁ, ବିଶେଷକରି ନୂଆ ଭୋଟର୍‌ମାନଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ: ନିଜର କୃତୀତ୍ୱ ପ୍ରଦର୍ଶନ କରି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କ ଆଶୀର୍ବାଦ କାମନା କରିବା ସହ ଭୋଟର୍‌ମାନଙ୍କୁ, ବିଶେଷକରି, ନୂଆଭୋଟର୍‌ମାନଙ୍କୁ ଭୋଟ୍‌ ଦେବାକୁ କହିଛନ୍ତି।

ଭୋଟ୍‌ ତାରିଖ ଘୋଷିତ ହେବା ପରେ ପରେ ପ୍ରଧାନମନ୍ତ୍ରୀ କହିଲେ, ୨. ୫ କୋଟି ପରିବାରକୁ ପ୍ରଥମ କରି ବିଜୁଳି ସଂଯୋଗ ପାଇଥିବାରୁ ଭାରତ ଗର୍ବିତ। ୭ କୋଟି ଭାରତୀୟଙ୍କୁ ଧୂମ୍ରମୁକ୍ତ ରୋଷେଇଘର, ୧. ୫ କୋଟି ଭାରତୀୟ ସେମାନଙ୍କ ପାଇଁ ଘର ଖଣ୍ଡେ ଖଣ୍ଡେ ପାଇଛନ୍ତି। ଏସବୁ ଏବଂ ଆହୁରି ଅନେକ ଉଦାହରଣ ଦର୍ଶାଉଛି ଯେ ଉପଯୁକ୍ତ ଦୃଷ୍ଟିଭଙ୍ଗୀ ଏବଂ ଆଧୁନିକ ଜ୍ଞାନକୌଶଳ ନୀତି ଦ୍ୱାରା କିଛି ଅସମ୍ଭବ ନୁହେଁ।
ସେ ମଧ୍ୟ ତାଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଯୋଜନା ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହନ୍ତି: ଆଜି ୫୦ କୋଟି ଭାରତୀୟ ଉତ୍ତମ ମାନର ମାଗଣା ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି। ଅବ୍ୟବସ୍ଥିତ କ୍ଷେତ୍ରରୁ ୪୨ କୋଟି ଜନତା ବୃଦ୍ଧାବସ୍ଥା ପେନ୍‌ସନ୍‌ ପାଇଛନ୍ତି। ୧୨ କୋଟି ଚାଷୀଘର ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି। କୋଟି କୋଟି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଆୟକର ଛାଡ଼ ପାଇଛନ୍ତି।

ମୋଦି ଆହୁରି କହିଲେ ବିଗତ ପାଞ୍ଚବର୍ଷ ଦର୍ଶାଇଛି ଯେ ପୂର୍ବରୁ ଯାହା ଅସମ୍ଭବ ମନେହେଉଥିଲା ତାହା ୧୩୦ କୋଟି ଭାରତୀୟଙ୍କ ଆଶୀର୍ବାଦ ଓ ଭୂମିକା ଯୋଗୁଁ ସମ୍ଭବ ହୋଇପାରିଛି। ୨୦୧୯ ନିର୍ବାଚନ ହେଉଛି ଉଚ୍ଛ୍ୱାସ ଓ ଆତ୍ମପ୍ରତ୍ୟୟ ଓ ସକାରାତ୍ମକ ସମ୍ବନ୍ଧୀୟ, ଯାହାଦ୍ୱାରା ଭାରତ ତା’ର ଜନସାଧାରଣଙ୍କ ଆକାଙ୍‌କ୍ଷା ପୂରଣ କରୁଛି।

ସମ୍ବନ୍ଧିତ ଖବର