କରୋନା ଲଢେଇ ପାଇଁ ପିଏମ-କେୟାର ପାଣ୍ଠିରୁ ୩୧୦୦ କୋଟି ମଂଜୁର

ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ୧ ହଜାର କୋଟି, ଭେଣ୍ଟିଲେଟର ଖରିଦ ପାଇଁ ୨ ହଜାର କୋଟି ବ୍ୟୟ ହେବ

ନୂଆଦିଲ୍ଲୀ : ଦେଶର କରୋନା ବିରୋଧୀ ଲଢେଇ ପାଇଁ ପିଏମ-କେୟାର ପାଣ୍ଠିରୁ ୩୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ପ୍ରାୟ ୨ ହଜାର କୋଟି ବ୍ୟୟକରି ପ୍ରାୟ ୫୦ ହଜାରଟି ଭେଣ୍ଟିଲେଟର କିଣାଯିବ । ସେହିପରି ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରାୟ ୧ ହଜାର କୋଟି ବ୍ୟୟ କରାଯିବ । ଅନ୍ୟପକ୍ଷରେ ଟୀକା ବିକାଶ ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ । ଏ ସଂପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଦେଶରେ କୋରନା ଭାଇରସର ମୁକାବିଲା କରିବାକୁ ସରକାର ନୂଆ ପିଏମ-କେୟାର ପାଣ୍ଠି ଗଠନ କରିଛନ୍ତି । ଏହି ପାଣ୍ଠି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କଠାରୁ ଦାନ ଗ୍ରହଣ କରାଯାଉଛି । ଏହି ପାଣ୍ଠିକୁ ଦାନ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେଇଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ମୂଲ୍ୟ ସହାୟତା ସ୍କିମ (ପିଏସଏସ) ଅଧିନରେ ୫ ଲକ୍ଷ ଟନ ଡାଲି,୩.୬୭ ଲକ୍ଷ ଟନ ସୋରିଷ ଖରିଦ କରିଛନ୍ତି । କୃଷକମାନଙ୍କୁ ସହାୟତା କରିବାକୁ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କୃଷି ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର