ପିଏମ୍‌ କେୟାର୍‌ସ ଫଣ୍ଡ୍‌କୁ ଆରଟିଆଇ ଅଧୀନରେ ଆଣିବାକୁ ଆବେଦନ ଖାରଜ

ନୂଆଦିଲ୍ଲୀ : ପିଏମ୍‌ କେୟ‌ାର୍‌ସ ଫଣ୍ଡ୍‌କୁ ଆରଟିଆଇ ଆଇନ ପରିସରକୁ ଆଣିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଆଜି ଖାରଜ ହୋଇଯାଇଛି। ଉକ୍ତ ମାମଲାରେ ଅନ୍ୟ ଏକ ଆବେଦନ କର୍ଣ୍ଣାଟକ ହାଇକୋର୍ଟରେ ପଡ଼ି ରହିଥିବାରୁ କୋର୍ଟ ଏହି ମାମଲାରେ ଏବେ ଶୁଣାଣି କରିବାକୁ ଚାହୁନଥିବା କହିଛନ୍ତି। ତେବେ ପିଏମ୍‌ କେୟାର୍‌ସ ଫଣ୍ଡ୍‌କୁ ଆ‌ରଟିଆଇ ଅଧୀନରେ ଆଣିବା ସହ ପାଣ୍ଠି କିଭଳି ସଂଗ୍ରହ ହୋଇଛି ଏବଂ କେଉଁ କାର୍ଯ୍ୟରେ ପାଣ୍ଠି ବ୍ୟବହାର ହେଉଛି ତା’ର ଏକ ବିସ୍ତୃତ ବିବରଣୀ ସହ ଏଥିରେ ଅଧିକ ସ୍ବଚ୍ଛତା ଅବଲମ୍ବନ ହେବା ଉଚିତ୍‌ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ସେହିପରି କରୋନା ଆକ୍ରାନ୍ତ ହୋଇଥିବା ଜଣେ ରୋଗୀ ଏହି ଫଣ୍ଡ୍‌ ବିଷୟରେ ଭଲଭାବେ ଅବଗତ ହେବା ଉଚିତ୍। କରୋନା ମୁକାବିଲା ପାଇଁ ତୁରନ୍ତ ଆର୍ଥିକ ସହଯୋଗ ଚାହୁଥିବା ରୋଗୀମାନେ ପିଏମ୍‌ ‌କେୟାର୍ସ ଫଣ୍ଡ୍‌ରୁ ଉପକୃତ ହେବା ସଂକ୍ରାନ୍ତ ସେମାନଙ୍କ ମୌଳିକ ଅଧିକାର ଜାହିର କରିପାରୁନାହାନ୍ତି ବୋଲି ଆବେଦନକାରୀ କହିଛନ୍ତି। ପିଏମ୍‌ କେୟାର୍‌ସ ଫଣ୍ଡ୍‌କୁ ନେଇ ଏତେ ଗୋପାନୀୟତା କାହିଁକି ରହିଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର