କରୋନା ସହ ଲଢେଇ ପାଇଁ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କଲେ କେନ୍ଦ୍ର ସରକାର, ସହଯୋଗ ଲାଗି ନିବେଦନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଭିଡ -୧୯ ଭଳି ମହାମାରୀର  ମୁକାବିଲା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଅନେକ ପ୍ରସଂଶନୀୟ ପଦକ୍ଷପ ନେଇଛନ୍ତି | ସଂକ୍ରମଣକୁ ରୋକିବା ପାଇଁ ପ୍ରଥମେ ଜନତା କର୍ଫ୍ୟୁ ଏବଂ ପରେ ସାରା ଭାରତକୁ ଲକଡାଉନ୍ ଘୋଷଣା କରିବା ପରେ ଏବେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର | ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରଷ୍ଟର ଅଧକ୍ଷ ହେବା ସହ ଏହାର ସଦସ୍ୟମାନଙ୍କ ମଧ୍ୟରେ ରହିବେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ।

“ବିଭିନ୍ନ ବର୍ଗର ଲୋକ କୋଭିଡ -୧୯ ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କରାଯାଇଛି। ଏକ ସୁସ୍ଥ ଭାରତ ଗଠନ  କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି। ଏହି ପାଣ୍ଠିକୁ ଦିଆଯାଇଥିବା ଦାନ ମଧ୍ୟ ଟିକସ ମୁକ୍ତ ହେବ | ଦାନ ଦେବା ପାଇଁ ଆଗ୍ରହୀ ସାଧାରଣ ଲୋକ ଏବଂ ବିଭିନ୍ନ ସଂସ୍ଥା  pmindia.gov.in ୱେବସାଇଟକୁ ଯାଇ ଦିଆଯାଇଥିବା ବିବରଣୀ ବ୍ୟବହାର କରି  ‘ପିଏମ୍ କେଆର୍ସ ଫଣ୍ଡ’ କୁ ଦାନ କରିପାରିବେ | ଏହି ଦାନ ରାଶିକୁ ଆୟକର ଆଇନ ଧାରା ୮୦(ଜି) ଅନୁଯାୟୀ ଆୟକରରୁ ମୁକ୍ତ କରାଯିବ |

ସମ୍ବନ୍ଧିତ ଖବର