ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀର ମୁକାବିଲା ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ମୋଦୀ ସରକାର ପିଏମ୍ କେଆର୍ସ ଫଣ୍ଡ ନାମକ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ଗଠନ କରିଥିଲେ। ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ। ତେବେ ଏହି ପଣ୍ଡକୁ ୫ଦିନ ମଧ୍ୟରେ କେତେ ସହାୟତା ରାଶି ମିଳିଥିଲା, ସେ ନେଇ ପିଏମ୍ କେଆର୍ସ ଫଣ୍ଡ ୱେବସାଇଟରେ ପ୍ରକାଶ କରାଯାଇଛି।
ମାର୍ଚ୍ଚ ୨୭ରୁ ମାର୍ଚ୍ଚ ୩୧ମଧ୍ୟରେ ପିଏମ୍ କେଆର୍ସ ଫଣ୍ଡକୁ ୩,୦୭୬ କୋଟି ଟଙ୍କା ଆସିଥିବା ନେଇ ପିଏମ୍ କେଆର୍ସ ଫଣ୍ଡ ୱେବସାଇଟରେ ପ୍ରକାଶିତ ଏକ ଅଡିଟ୍ ରିପୋର୍ଟରେ ଘୋଷଣା କରାଯାଇଛି। ମାର୍ଚ୍ଚ ୩୧ମଧ୍ୟରେ ଭାରତ ଏବଂ ବିଦେଶରୁ ମୋଟ ୩,୦୭୬ କୋଟି ଟଙ୍କାର ଦାନ ଗ୍ରହଣ କରାଯାଇଥିବା ଜଣା ପଡ଼ିଛି | ୩,୦୭୬କୋଟି ମଧ୍ୟରୁ, ୩,୦୭୫.୮୫ କୋଟି ଘରୋଇ ସ୍ବେଚ୍ଛାକୃତ ଅବଦାନରୁ ଆସିଥିବା ବେଳେ ୩୯.୬୭ଲକ୍ଷ ବିଦେଶୀ ଅବଦାନ ଥିଲା ବୋଲି ସ୍ପଷ୍ଟ ହୋଇଛି |
/sambad/media/post_attachments/f46b0463d65df18a989dce4cb88acb48c1cbdf60df550a86695ccf55fde3867c.jpg)
ପିଏମ୍ କେଆର୍ସ ଫଣ୍ଡ ସାଇଟରେ ସାର୍ବଜନୀନ ହୋଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ, ପିଏମ୍ କେଆର୍ସ ଫଣ୍ଡ ସହିତ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟରେ ୩୦,୭୬,୬୨,୫୮,୦୯୬ ଟଙ୍କା ଥିଲା। ତେବେ ମାର୍ଚ୍ଚ ପରେ ମିଳିଥିବା ଦାନ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିରୋଧୀଦଳଙ୍କ କଡ଼ା ସମାଲୋଚନା ତଥା କୋଭିଡ -୧୯ ଯୁଦ୍ଧ ପାଇଁ ସ୍ଥାପିତ ହୋଇଥିବା ପିଏମ୍ କେଆର୍ସ ଫଣ୍ଡକୁ କେତେ ଟଙ୍କା ଆସିଛି, ତାହା ରିପୋର୍ଟ ଦେବା ପାଇଁ
କୋର୍ଟରେ ଏକାଧିକ ନିବେଦନ ମଧ୍ୟରେ ଏହି ଅଡିଟ୍ ରିପୋର୍ଟ ପ୍ରକାଶ ପାଇଛି। ମେ ମାସରେ, ଦେଶରେ କରୋନାଭାଇରସ୍ ଯତ୍ନ ପାଇଁ 'ମେଡ୍ ଇନ୍ ଇଣ୍ଡିଆ' ଭେଣ୍ଟିଲେଟର କିଣିବା ପାଇଁ ପିଏମ୍ କେଆର୍ସ ଫଣ୍ଡରୁ ୩,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା।