କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କୋଲକାତାଠାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀ (ସିସିସି)ର ଉଦଘାଟନ କରିଛନ୍ତି। ଏହି ତିନିଦିନିଆ ସମ୍ମିଳନୀ ଆଜିଠାରୁ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟ ବିଜୟ ଦୁର୍ଗଠାରେ ଆରମ୍ଭ ହୋଇଛି।
ବିଜୟ ଦୁର୍ଗ ପୂର୍ବେ ଫୋର୍ଟ ୱିଲିୟମ୍ସ ନାମରେ ପରିଚିତ ଥିଲା। ଅପରେସନ ସିନ୍ଦୂର ପରେ ଭାରତୀୟ ସେନାବାହିନୀ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରେ ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ, ସିଡିଏସ୍ ଅନିଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ସହିତ ତିନି ସେନାର ମୁଖ୍ୟ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଦେଶର ସର୍ବୋଚ୍ଚ ସାମରିକ ଓ ନାଗରିକ ନେତୃବର୍ଗ ଅଂଶଗ୍ରହଣ କରି ବିଭିନ୍ନ ରଣନୀତି ପ୍ରସ୍ତୁତ କରିଥାନ୍ତି। ଚଳିତ ବର୍ଷ ସେନାବାହିନୀରେ ସଂସ୍କାର, ପରବର୍ତନ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ୨୦୨୩ରେ ସିସିସି ଭୋପାଳରେ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/untitled-4-2025-09-16-06-51-41.jpg)