‘ଇନ୍ଦିରା ଗାନ୍ଧୀ ସାବରକରଙ୍କ ଅନୁଗାମୀ ଥିଲେ’

ନୂଆଦିଲ୍ଲୀ : ବିଜେପିର ନିର୍ବାଚନୀ ଇସ୍ତାହାରରେ ସାବରକରଙ୍କୁ ଭାରତ ରତ୍ନ ପ୍ରତିଶ୍ରୁତି ନେଇ ଏବେ ରାଜନୀତି ଜୋରଦାର ହୋଇଥିବା ବେଳେ ଆଜି ସାବରକରଙ୍କ ନାତି ରଂଜିତ ସାବରକର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ରଂଜିତ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ସାବରକରଙ୍କ ଅନୁଗାମୀ ଥିଲେ। ଇନ୍ଦିରା ଗାନ୍ଧୀ ବୀର ସାବରକରଙ୍କୁ ସମ୍ମାନିତ କରିଥିଲେ। ରଂଜିତ କହିଛନ୍ତି, ମୁଁ ବିଶ୍ବାସ କରେ ଯେ ଇନ୍ଦିରା ହେଉଛନ୍ତି ସାବରକରଙ୍କ ଦୃଢ଼ ସମର୍ଥକ, କାରଣ ସେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ସହିତ ସେନାକୁ ସୁଦୃଢ଼ କରିଥିଲେ ଏବଂ ସେ ମଧ୍ୟ ପରମାଣୁ ପରୀକ୍ଷା କରିଥିଲେ। ଇନ୍ଦିରାଗାନ୍ଧୀଙ୍କ କାର୍ଯ୍ୟ ଜବାହରଲାଲ୍‌ ନେହରୁ ଏବଂ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ବିରୋଧରେ ଥିଲା ବୋଲି ସେ କହିଛନ୍ତି। ରଂଜିତ ମଧ୍ୟ ଆଜି ଏଆଇଏମ୍‌ଆଇଏମ୍‌ ଅସଉଦ୍ଦିନ୍‌ ଅୱେସିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅୱେସି ସାବରକରଙ୍କ ବିଶ୍ବାସର ଅନୁଗାମୀ ହେବା ଉଚିତ୍‌ ବୋଲି ରଂଜୀତ ସାବରକର କହିଛନ୍ତି।

ସମ୍ବନ୍ଧିତ ଖବର