ନରେନ୍ଦ୍ର ମୋଦୀଙ୍କ ସହ ଟି ଆରଏସ୍‌ର ସାଂସଦ ଜିତେନ୍ଦର୍‌ ରେଡ୍ଡି ଗୋଟିଏ ମଞ୍ଚରେ

ହାଇଦ୍ରାବାଦ:ତେଲେଙ୍ଗନା ରାଷ୍ଟ୍ର ସମିତି (ଟି ଆରଏସ୍‌) ଲୋକସଭାରେ ନେତା ଥିବା ଜିତେନ୍ଦର ରେଡ୍ଡି ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ଗତକାଲି ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା।ଚଳିତ ଲୋକସଭା ନିର୍ବାଚନରେ ଟିଆରଏସ୍‌ ଜିତେନ୍ଦର୍‌ ରେଡ୍ଡିଙ୍କୁ ଟିକେଟ୍‌ ନ ଦେବାରୁ ସେ ଭାଜପାରେ ଯୋଗ ଦେଇଥିବା ଜଣାଯାଇଛି। ସେ ନୂଆଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ୍‌ ହୋଇଥିଲେ।

photo-ndtv

ଏଠାରେ ସୂଚନାଯୋଗ୍ୟ ଯେ ଜିତେନ୍ଦର ରେଡ୍ଡି ୧୯୯୯ରେ ଭାଜପା ଟିକେଟରେ ମହାବାହୁ ନଗର ଆସନରୁ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଏହାପରେ ସେ ଭାଜପା ଛାଡ଼ି ଟିଆରଏସ୍‌ରେ ଯୋଗ ଦେଇଥିଲେ। ୨୦୧୪ରେ ମଧ୍ୟ ଜିତେନ୍ଦର ରେଡ୍ଡି ମହାବାହୁ ନଗର ଆସନରୁ ଟିଆରଏସ୍‌ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ ଭାଜପା ଟିକେଟରେ ମହାବାହୁ ନଗର ଆସନରୁ ଲଢ଼ିବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ,ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୧୧ତାରିଖରେ ନିର୍ବାଚିତ ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର