ନୂଆଦିଲ୍ଲୀ : ପିଏମ୍- କିସାନ ସମ୍ମାନ ନିଧିରୁ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଅର୍ଥ ଆଦାୟରେ କୌଣସି କୋହଳ ନୀତି ଅବଲମ୍ବନ କରାଯିବ ନାହିଁ। ସୂତ୍ର ଅନୁସାରେ, ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଟଙ୍କା ଆଦାୟ କରିବା ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ପାଖାପାଖି ୧୮ଟି ରାଜ୍ୟଜୁ କେନ୍ଦ୍ର ସରକାର ପୁଣିଥରେ ପତ୍ର ଲେଖିବେ। ଅଯୋଗ୍ୟ ହିତାଧିକାରୀମାନଙ୍କ ଦସ୍ତାବେଜ ଠିକ୍ଭାବେ ଯାଂଚ କରି ନ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ସମ୍ଭାବନା ରହିଛି।
ଓଡିଶା ସମେତ ୧୮ଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା ପିଏମ୍-କିସାନ ସମ୍ମାନ ନିଧିରୁ ଟଙ୍କା ଉଠାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଟଙ୍କା ଆଦାୟ କରିବା ପ୍ରକ୍ରିୟା ଆରମ୍ଭ କରି ନ ଥିବା ଜଣାପଡିଛି। ରାଜ୍ୟମାନଙ୍କ ପକ୍ଷରୁ ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଅର୍ଥ ଆଦାୟରେ ମନ୍ଥର ଗତିକୁ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/pm-kisan.jpg)