ପିଏମ-କିଷାନ ସ୍କିମକୁ ସ୍ଥଗିତ ରଖିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଗତ ବଜେଟରେ ମୋଦି ସରକାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି  । ଏହି ଯୋଜନାକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ପଂଜୀକୃତ ହୋଇଥିବା କୃଷକମାନେ ଏହି ରାଶି ପାଇପାରିବେ । କିନ୍ତୁ ଏହି ଯୋଜନାରେ ନୂଆ ପଂଜୀକରଣ କରାଯାଇପାରିବ ନାହିଁ । ସରକାର ଏହି ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏବେ ସେଥିରୁ ମାତ୍ର ୫ ହଜାର କୋଟି ହିଁ ବିନିଯୋଗ ହୋଇପାରିବ ।

ଏହି ଯୋଜନାରେ କେନ୍ଦ୍ର ସରକାର ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବେ। ୩ଟି ସମାନ କିସ୍ତିରେ ଏହି ଅର୍ଥ ଦିଆଯିବ। ଅର୍ଥାତ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ଦେଶର ପ୍ରାୟ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର