ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାତି ଉଦ୍ଦେଶ୍ୟରେ ଖୋଲା ଚିଠିରେ ଓଡ଼ିଶାକୁ ପ୍ରଶଂସା

ନୂଆଦିଲ୍ଲୀ: ଦ୍ବିତୀୟ ପାଳିରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକମାନଙ୍କୁ ଲେଖିଥିବା ଖୋଲା ଚିଠିରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଅଳ୍ପ କେତେ ଦିନ ତଳେ ଗୋଟାଏ ମହାବାତ୍ୟା ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଞ୍ଚଳକୁ ଛାରଖାର କରି ଦେଇଛି। ଏଠାରେ ମଧ୍ୟ, ଦୁଇ ରାଜ୍ୟର ଲୋକମାନଙ୍କର ସହନଶୀଳତା ଉଲ୍ଲେଖଯୋଗ୍ୟ। ସେମାନଙ୍କର ସାହସ ଭାରତବାସୀଙ୍କୁ ପ୍ରେରଣା ଦେଉଛି।

ଆମେ ସମ୍ମୁଖୀନ ହେଉଥିବା ଅସୁବିଧା ଯେମିତି ଦୁର୍ବିପାକ ପାଲଟି ନ ଯାଏ ସେଥିପ୍ରତି ଯତ୍ନବାନ ହେବାକୁ ଦେଶବାସୀଙ୍କୁ କହିବା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସମ୍ମୁଖୀନ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ସେ କହିଛନ୍ତି, କରୋନାଭାଇରସ୍ ସଂକ୍ରମଣରୁ ଦୂରେଇ ରହିବା ପ୍ରତ୍ୟେକ ଭାରତୀୟ ସମସ୍ତ ନିୟମ ଓ ମାର୍ଗଦର୍ଶିକା ଅନୁସରଣ କରିବା ଉଚିତ। ଏ ପର୍ଯ୍ୟନ୍ତ ଆମେ ଧୈର୍ଯ୍ୟ ଧରିଛନ୍ତି, ଆଗକୁ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଏହି କାରଣରୁ ଭାରତ ଅନ୍ୟାନ୍ୟ ଦେଶମାନଙ୍କ ଠାରୁ ଭାରତ ନିରାପଦ ଓ ଅପେକ୍ଷାକୃତ ଭଲ ଦେଶ ହୋଇପାରିଛି। ଏହା ହେଉଛି ଗୋଟାଏ ଦୀର୍ଘକାଳୀନ ସଂଗ୍ରାମ, କିନ୍ତୁ ବିଜୟ ପଥରେ ଆମେ ଆଗେଇଛନ୍ତି, ବିଜୟ ହେଉଛି ଆମର ମିଳିତ ପ୍ରତିବଦ୍ଧତା।

ସମ୍ବନ୍ଧିତ ଖବର