ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂଆଦଲ୍ଲୀର ତାଲକଟୋରା ଷ୍ଟାଡିଅମ୍ ରେ ଏକ ମେଗା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ଜରିଆରେ ସେ ଦେଶର ୫୦୦ରୁ ଅଧିକ ଅଞ୍ଚଳ ସହିତ ଯୋଡ଼ି ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ ପ୍ରଚାର ଅଭିଯାନକୁ ଆଗକୁ ନେବେ। ସାରା ଦେଶରେ ବିଜେପିର ମନ୍ତ୍ରୀ ,ସାଂସଦ, ବିଧାୟକ ଓ ନେତା ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବାକୁ ଉପସ୍ଥିତ ରହିବେ।
/sambad/media/post_attachments/wp-content/uploads/2019/03/Amit-Shah-Marwad-main-620x400-3.jpg)
ଏହି କାର୍ଯ୍ୟକ୍ରମଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଦିଲ୍ଲୀର ଚାନ୍ଦିନୀଚୌକ୍ ଠାରେ ଗୃହମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଦିଲ୍ଲୀରେ ଉପସ୍ଥିତ ରହିବେ। ଦିଲ୍ଲୀର ଉତ୍ତମ ନଗରରେ ସୁଷମା ସ୍ୱରାଜ ଓ ସାଂସଦ ପରବେଶ ବର୍ମା ଉପସ୍ଥିତ ରହିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରାରେ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବେ।
ଠିକ୍ ସେହିପରି ସୁଲତାନପୁରରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ,ପୋଲିଭିତରେ ସାଂସଦ ବରୁଣ ଗାନ୍ଧୀ,ଭୋପାଳରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ରାମପୁରରେ ଜୟାପ୍ରଦା ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବାର କାର୍ଯ୍ୟକ୍ରମ ରହିଛି।