ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏହି ଶୁଭ ଅବସରରେ ବିଶ୍ବର ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଏଥିରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି। ଏକ ସ୍ବତନ୍ତ୍ର ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି। ବୁଧବାର, ସେପ୍ଟେମ୍ବର ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ନିଜ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମେଲୋନି ମୋଦୀଜୀଙ୍କ ନେତୃତ୍ୱ ଏବଂ ଭାରତର ପ୍ରଗତି ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।
Buon 75° compleanno al Primo Ministro indiano @narendramodi.
— Giorgia Meloni (@GiorgiaMeloni) September 17, 2025
La sua forza, la sua determinazione e la sua capacità di guidare milioni di persone sono fonte di ispirazione.
Con amicizia e stima gli auguro salute ed energia per continuare a guidare l’India verso un futuro luminoso… pic.twitter.com/OqXr1GFlc0
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ସେଲଫି ପୋଷ୍ଟ କରି ମେଲୋନି ଇଟାଲୀୟ ଭାଷାରେ ଲେଖିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଶକ୍ତି, ତାଙ୍କର ଦୃଢ଼ ନିଷ୍ଠା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ନେତୃତ୍ୱ ଦେବାର କ୍ଷମତା ପ୍ରେରଣାର ଉତ୍ସ। ବନ୍ଧୁତା ଏବଂ ସମ୍ମାନ ସହିତ ଭାରତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବା ଏବଂ ଆମ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମୁଁ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଶକ୍ତି କାମନା କରୁଛି।"
ଏହି ପୋଷ୍ଟ ସହିତ ମେଲୋନି ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ଉଭୟ ପ୍ରଧାନମନ୍ତ୍ରୀ ହସୁଥିବା ଦେଖିବାକୁ ମିଳୁଛି।
pm modi | giorgia-meloni