ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଦେଶର କୃଷକମାନେ ଭଗବାନ କୃଷ୍ଣଙ୍କ ପରି ଯିଏ ଦେଶବାସୀଙ୍କୁ ଅକ୍ଷୟ ପାତ୍ର ଯୋଗାଇଛନ୍ତି ବୋଲି କହିବା ସହ ପବିତ୍ର ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କ୍ଷୟର ଅର୍ଥ ବିନାଶ, ମାତ୍ର ଯାହା କେବେ ନଷ୍ଟ ହୁଏ ନାହିଁ କି ଶେଷ ହୁଏ ନାହିଁ ସେ ହେଉଛି ଅକ୍ଷୟ । ନିଜ ନିଜ ଘରେ ଆମେ ସମସ୍ତେ ଏହି ପର୍ବକୁ ପ୍ରତିବର୍ଷ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି କିନ୍ତୁ ଚଳିତବର୍ଷ ଆମ ପାଇଁ ଏହାର ବିଶେଷ ମହତ୍ୱ ରହିଛି । ଆଜିର ଏହି କଠିନ ସମୟରେ ଆଜି ଏଭଳି ଏକ ଦିନ ପହଂଚିଛି ଯାହା ଆମକୁ ଅନୁଭବ କରାଇଦେଇଛି କି, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଯେତେ ବାଧାବିଘ୍ନ ଆସିଲେ ବି ଏହାକୁ ଲଢିବା ଏବଂ ଜୁଝିବାର ମାନବୀୟ ଭାବନା ଅକ୍ଷୟ । ବିଶ୍ୱାସ ରହିଛି ଯେ, ଏହି ଦିନ , ଯେଉଁ ଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ସୂର୍ଯ୍ୟ ଦେବତାଙ୍କ ଆର୍ଶୀବାଦରେ ପାଣ୍ଡବଙ୍କୁ ଅକ୍ଷୟ ପାତ୍ର ମିଳିଥିଲା । ଏହା ଏଭଳି ଏକ ପାତ୍ର ଯେଉଁଥିରେ ଖାଦ୍ୟ କେବେ ଶେଷ ହୋଇ ନଥାଏ । ଆମର ଅନ୍ନଦାତା ଚାଷୀ ପ୍ରତିଟି ପରିସ୍ଥିତିରେ ଦେଶ ପାଇଁ , ଆମ ସମସ୍ତଙ୍କ ପାଇଁ ଏଭଳି ମନୋଭାବ ନେଇ ପରିଶ୍ରମ କରୁଛନ୍ତି । ଆଉ ଏମାନଙ୍କ ଲାଗି ପ୍ରତିଟି ଗରିବ ପାଇଁ ଦେଶ ପାଖରେ ଅକ୍ଷୟ ଭଣ୍ଡାର ରହିଛି ବୋଲି କହିଛନ୍ତି ମୋଦୀ । ସେହିଭଳି ଅକ୍ଷର ତୃତୀୟା ପର୍ବକୁ ଦାନ ଶକ୍ତିର ଏକ ଅବସର ମଧ୍ୟ କୁହାଯାଏ ବୋଲି ମନ କୀ ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେହିପରି ରମଜାନ ଅବସରରେ ପୂର୍ବ ଅପେକ୍ଷା ଅଧିକ ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଇଦ୍ ପୂର୍ବରୁ କୋଭିଡ-୧୯ ଦେଶରୁ ଦୂରେଇ ଯାଇଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧିତ ଖବର

Comments are closed.