ମହାମାରୀ କରୋନା ଉପରେ ବିଜୟ ପାଇଁ ଦେଶବାସୀଙ୍କୁ ସଙ୍କଳ୍ପ ନେଇ ସଂଯମ ଆଚରଣ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଠାରୁ ଦେଶବାସୀ ଓ ଦେଶକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଭାରତୀୟଙ୍କ ଆଗରେ ନିଜର ହାତକୁ ପତାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ କରୋନାକୁ ନେଇ ସଂପ୍ରତି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରୁ ଦେଶବାସୀଙ୍କୁ ଓ ଦେଶକୁ ବଞ୍ଚାଇବା ପାଇଁ ୧୩୦ କୋଟି ଦେଶବାସୀଙ୍କ ଠାରୁ ସେମାନଙ୍କର ଆଗାମୀ କିଛି ସମୟ ଓ ସପ୍ତାହ ମାଗୁଛି। ଆଉ ଏହି ସମୟ ମଧ୍ୟରେ ଦେଶବାସୀଙ୍କ ଠାରୁ କିଛି ସଙ୍କଳ୍ପ ଓ ସଂଯମର ଅପେକ୍ଷା ରଖୁଛି।

କରୋନାର ଭୟବହତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦେଶବାସୀ ସଙ୍କଳ୍ପ ନେଇ ଯେ ଆଗାମୀ କିଛି ସପ୍ତାହ ପାଇଁ ଏକାନ୍ତବାସ (ଆଇସୋଲେସନ୍‌)ରେ ନିଜ ଘର ଭିତରେ ହିଁ ଆବଦ୍ଧ ହୋଇ ରହନ୍ତୁ। ନିଜ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରି ସହ ମିଶନ୍ତୁ ନାହିଁ। ଅତ୍ୟନ୍ତରୁ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ କେହି ହେଲେ ସୁଦ୍ଧା ପଦାକୁ ବାହାରନ୍ତୁ ନାହିଁ। ବିଶେଷ କରି ୬୦ ବର୍ଷରୁ ଉର୍ଦ୍ଧ୍ୱ ଯେଉଁ ବରିଷ୍ଠ ନାଗରକମାନେ ଅଛନ୍ତି ସେମାନଙ୍କୁ କୌଣସି ପରିସ୍ଥିତିରେ ବି ବାହରକୁ ଛାଡ଼ନ୍ତୁ ନାହିଁ।

Republic World

ଏହି ସମୟ କାଳ ମଧ୍ୟରେ ସଂଯମ ଆଚରଣ ପ୍ରଦର୍ଶନ କରି ସାମାଜିକ ଦୂରତା (ସୋସିଆଲ ଡିଷ୍ଟାନସିଂ) ବଜାୟ ରଖନ୍ତୁ। ଏପରିକି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ଡାକ୍ତରଖାନାକୁ ମଧ୍ୟ ଯାଆନ୍ତୁ ନାହିଁ। ଯୁଦ୍ଧକାଳୀନ ପରିସ୍ଥିତିରେ ପୂର୍ବରୁ ଲୋକେ ଯେପରି ନିଜ ଘର ଭିତରେ ‘ବ୍ଲାକ୍‌ ଆଉଟ୍‌’ କରି ରହୁଥିଲେ ସେହିପରି ରୁହନ୍ତୁ। ଅଯଥାରେ ପାନିକ୍‌ ବାଇଙ୍ଗ କରନ୍ତୁ ନାହିଁ। କାରଣ, ଦେଶରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାପୁର ମାତ୍ରାରେ ମହଜୁଦ୍‌ ଅଛି। କେବଳ ମାତ୍ର ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କୁ ବାଦ୍‌ଦେଲେ ଅନ୍ୟ ସମସ୍ତେ ନିଜ ନିଜ ଘରେ ଏକାନ୍ତବାସରେ ରହିବା ସହ ସଙ୍କଳ୍ପ ନେଇ ସଂଯମ ଆଚରଣ ପ୍ରଦର୍ଶନ କରନ୍ତୁ ଓ କରୋନା ଭୂତାଣୁ ଉପରେ ବିଜୟ ଲାଭ କରନ୍ତୁ।

ସମ୍ବନ୍ଧିତ ଖବର