୩୭୦ ଉଚ୍ଛେଦ ନିମନ୍ତେ ଜୈଶ୍‌ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ଅଜିତ ଡୋଭାଲ୍‌; ଆଲର୍ଟ ଜାରି

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌ ରହିଛନ୍ତି।

ନିକଟରେ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ ସିକ୍ୟୁରିଟି ପାଇଥିବା ଗୋଟାଏ ଚିଠିରେ ଉଲ୍ଲେଖ ଅଛି ଯେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଆତଙ୍କବାଦୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଏନ୍‌ଏସ୍‌ଏ ଡେଭାଲ୍‌ଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଛି।

Image Source: OPIndia

ଧାରା ୩୭୦ ଉଚ୍ଛେଦ ନିମନ୍ତେ ଭାରତ ସରକାରଙ୍କ ପଦକ୍ଷେପ ଲାଗି ମଧ୍ୟ ପ୍ରତିଶୋଧ ନିଆଯିବା ସଂକ୍ରାନ୍ତରେ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭାଲ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନର ହିଟ୍‌ ତାଲିକାରେ ରହିଥିବା କାରଣରୁ ସରକାରୀ କର୍ତ୍ତୃପକ୍ଷମାନେ ସତର୍କ ସୂଚନା ଜାରି କରିଛନ୍ତି।

ଜମ୍ମୁ, ପଠାନକୋଟ, ଅମୃତସର, ଜୟପୁର, ଗାନ୍ଧୀନଗର, କାନପୁର, ଲକ୍ଷ୍ନୌ ସମେତ ୩୦ଟି ସହରରେ ଆକ୍ରମଣ କରିବାକୁ ଜୈଶ୍‌ ଏହି ଚିଠିରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର