ଭୁବନେଶ୍ୱର: ଆଗାମୀ ୧୧ ତାରିଖ ଦିନ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। ଏହାକୁ ସେମିଫାଇନାଲ କୁହାଯାଉଥିବା ବେଳେ ଏଥିରେ ନିଜ ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ସଭାପତି ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୋରଦାର ପ୍ରଚାରରେ ମାତିଥିଲେ। ତେବେ ଏହି ସବୁ ନିର୍ବାଚନରୁ ଧ୍ୟାନ ହଟାଇ ଏବେ ଊଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି ଓଡ଼ିଶା ଉପରେ। ଏହି ଡିସେମ୍ବର ମାସରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଥିବା ଜଣାଯାଇଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ମୋଦି ଖୋର୍ଦ୍ଧାଠାରେ ବିଶାଳ ଜନସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଡିସେମ୍ବର ମାସ ଶେଷ ସପ୍ତାହରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୩ଟି ଜନସଭା କରିବାର ସମ୍ଭାବନା ରହିଛି।