ନୂଆଦିଲ୍ଲୀ: ଭାରତ ମାତା କି ଜୟ... ଭାରତ ମାତା କି ଜୟ... ଭାରତ ମାତା କି ଜୟ... ଏହି ନାରାରେ କମ୍ପିଛି ପୂରା ଆଦମପୁର ଏୟାରବେସ୍ । ନାରା ଦେଉଥାନ୍ତି ପ୍ରଧାନମନ୍ତ୍ରୀ ପାଳି କରି ଜୋରରେ କହୁଥାନ୍ତି ବୀର ଯବାନ । ବନ୍ଦେ ମାରତମ୍ ନାରାରେ ବି ବାୟୁ ବୀରଙ୍କ ସହ ମୋଦୀ ପକାଇଛନ୍ତି ଆଉ ଆମ ଭାରତୀୟ ସାହସୀ ଯବାନଙ୍କ ମନୋବଳ ବଢାଇଛନ୍ତି ।
#WATCH | Prime Minister Narendra Modi, members of the Armed Forces chant 'Vande Mataram' & 'Bharat Mata Ki Jai'
— ANI (@ANI) May 13, 2025
Earlier this morning, PM Modi went to Air Force Station Adampur and met brave air warriors and soldiers. pic.twitter.com/5M5oa67a94
ପଞ୍ଜାବ ଜଳନ୍ଧରସ୍ଥିତ ଆଦମପୁର ଏୟାରବେସ୍ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ବୀର ଯବାନ ମାନଙ୍କୁ ଭେଟିଛନ୍ତି ମୋଦୀ । ଯବାନଙ୍କ ଗହଣରେ ୧ ଘଣ୍ଟା ସମୟ ବି ବିତାଇଛନ୍ତି । ଗତକାଲି ଆମ ବୀର ଯବାନଙ୍କୁ ସଲାମ କରିଥିବା ମୋଦୀ ଆଜି ସେମାନଙ୍କ ପାଖକୁ ଯାଇ ସେଠାରେ ସମୟ ବିତାଇଛନ୍ତି । ବାୟୁବୀରଙ୍କ ସହ ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ଯବାନଙ୍କ ସହ ଫଟୋ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।
Sharing some more glimpses from my visit to AFS Adampur. pic.twitter.com/G9NmoAZvTR
— Narendra Modi (@narendramodi) May 13, 2025
ତେବେ ଆଜି ସକାଳ ୭ଟାରେ ଦିଲ୍ଲୀ ପାଲମ ବିମାନବନ୍ଦରରୁ ଉଡ଼ାଣ ଭରିଥିଲେ ମୋଦୀ । ସିଧାସଳଖ ଆଦମପୁର ଏୟାରବେସ୍ ଯାଇ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଥିଲେ । କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଆଜି ଏୟାରବେସକୁ ଯିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ମଧ୍ୟ ସାମିଲ୍ ଥିଲେ।
Earlier this morning, I went to AFS Adampur and met our brave air warriors and soldiers. It was a very special experience to be with those who epitomise courage, determination and fearlessness. India is eternally grateful to our armed forces for everything they do for our nation. pic.twitter.com/RYwfBfTrV2
— Narendra Modi (@narendramodi) May 13, 2025