କରୋନା ଯୋଦ୍ଧାଙ୍କ ସହ ‘ପାରିବାରିକ ଫଟୋ’ ଉଠାଇଲେ ମୋଦୀଙ୍କ ସମେତ ୨୦ ରାଷ୍ଟ୍ରମୁଖ୍ୟ

ରୋମ : ଇଟାଲୀର ରାଜଧାନୀ ରୋମରେ ଏକତ୍ରିତ ହୋଇଥିବା ବିଶ୍ବର ପ୍ରମୁଖ ୨୦ଟି ଅର୍ଥନୀତିର ରାଷ୍ଟ୍ରମୁଖ୍ୟମାନେ ଆଜି  କୋଭିଡ୍ ମହାମାରୀ ବିରୋଧରେ ଲଢିଥିବା ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ସହ ଏକ ‘ପାରିବାରିକ ଫଟୋ’ ଉଠାଇଛନ୍ତି । କରୋନା ବିରୋଧୀ ଲଢେଇରେ ସମଗ୍ର ବିଶ୍ବକୁ ଏକତ୍ରିତ କରିବା ଲକ୍ଷ୍ୟରେ ଏହି ଅଭିନବ ଉଦ୍ୟମ କରାଯାଇଥିବା କୁହାଯାଇଛି ।

ଏଥରର ଜି-୨୦ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ, ଅନ୍ତର୍ଜାତୀୟ ସର୍ବନିମ୍ନ ଟିକସ, ଆର୍ଥିକ ସୁଧାର ଇତ୍ୟାଦି ।

ଏହି ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି । ଗତ ଦୁଇ ମାସ ମଧ୍ୟରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ହେଉଛି  ୨ୟ ସାକ୍ଷାତ । ଏହାଛଡ଼ା ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକାରନ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟ୍ରେଡୋସ ଆଧାନମ, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଜୋକୋ ଇଡୋଡୋଙ୍କୁ ଭେଟିଛନ୍ତି ।

ଏହି ବୈଠକ ପୂର୍ବରୁ ମୋଦୀ ଭାଟିକାନ ଯାଇ ପୋପ ଫ୍ରାନ୍ସିସଙ୍କୁ ସାକ୍ଷାତ କରି ତାଙ୍କ ସହିତ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର