ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲବକୁଶ ରାମଲୀଳା ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ କୁଶ ପୁତ୍ତଳିକାକୁ ଶୁକ୍ରବାର ତୀର ମାରି ଶେଷ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାମଲୀଳା ପଡ଼ିଆରେ ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ଆରତୀ ଦେଇଥିଲେ। ମଞ୍ଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ଵାରୀ ମଧ୍ୟ ଉପସ୍ଥିତ ଥିଲେ। ରାମଲୀଳା ପଡ଼ିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାମଙ୍କ ସହିତ ଅନ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅନ୍ୟ କଳାକାରଙ୍କ ସହିତ ସଂକ୍ଷିପ୍ତ କଥାବାର୍ତ୍ତା କରିଥିଲେ।

Advertisment

ଏହି ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରି ରାମନାଥ କୋବିନ୍ଦ କହିଛନ୍ତି, ଆମ ସମସ୍ତଙ୍କୁ ପ୍ରଭୁ ରାମଙ୍କ ଜୀବନରୁ ପ୍ରେରଣା ନେବାର ଆବଶ୍ୟକତା ଅଛି। ଭଗବାନ ରାମ ରାବଣ ଉପରେ ଜନସମୂହ ଓ ପରିବେଶ ଠାରୁ ସହଯୋଗ ନେଇ ବିଜୟୀ ହୋଇଥିଲେ। ରାଷ୍ଟ୍ରପତି ଦେଶବାସୀଙ୍କୁ ଦଶହରା ଅଭିନନ୍ଦନ ଜଣାଇଛନ୍ତି। ଆମେ ରାବଣ ରୂପି ନିଜ ଭିତରେ ଓ ଆଖପାଖରେ ଥିବା ସବୁ ଖରାପ ଜିନିଷକୁ ନାଶ କରିବାର ସମୟ ଆସିଛି। ଆମେ ଅନ୍ୟକୁ କଷ୍ଟ ନ ଦେଇ ପର୍ବ ପାଳନ କରିବା ଦରକାର ବୋଲି କୋବିନ୍ଦ କହିଛନ୍ତି।