ଭୁବ‌ନେଶ୍ବର : ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ ଓ ସମୀକ୍ଷା ଲାଗି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଶ୍ଚମବଙ୍ଗରେ ବାତ୍ୟା ଅମ୍ଫାନ୍ ଦ୍ବାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରି ସେ ଓଡ଼ିଶା ଆସି ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗୀ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ରାଜ୍ୟ ବିଜେପିର ଏକ ୧୩ଜଣିଆ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡ଼ିଛି।

Advertisment

publive-image

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଅପରାହ୍ନ  ୨ଟା ୫୫ରେ ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ  ପରିଦର୍ଶନ କରିବାକୁ ହେଲିକପ୍ଟରରେ ଯାଇଛନ୍ତି । ଏହାପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅପରାହ୍ନ ୪ଟା ୫୫ରେ ଭୁବନେଶ୍ୱର ଫେରି ୫ଟାରୁ ୬ ପର୍ଯ୍ୟନ୍ତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି।  ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗୀ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟା୧୫ରେ ଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି।

ଏହାଛଡ଼ା ପ୍ରଧାମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହାପରେ କ୍ଷୟକ୍ଷତିର ସବିସ୍ତାର ସର୍ବେକ୍ଷଣ ନିମନ୍ତେ ଏକ କେନ୍ଦ୍ରୀ ଟିମ୍ ଆସିବେ। ପରେ ପରେ ସବୁ ପ୍ରକାର ପୁନର୍ବସ୍ଥାନ ଏବଂ ପୁନର୍ନିମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ। ଆମେ ସମସ୍ତେ ଚାହୁଁ ପଶ୍ଚିମବଙ୍ଗ ଅଗ୍ରଗତି କରୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।