‘ଅମୃତ ମହୋତ୍ସବ’ର ଶୁଭାରମ୍ଭ ନିମନ୍ତେ ଅହମଦାବାଦର ସାବରମତୀ ଆଶ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ

ଅହମଦାବାଦ: ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତୀ ଆଶ୍ରମରୁ ଆଜି ‘ଅମୃତ ମହୋତ୍ସବ’ ଆରମ୍ଭ ହେଉଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା-ସୁମନ ଅର୍ପଣ କରିଛନ୍ତି। ସେଠାରେ ସେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରୁଥିବା ଦାଣ୍ଡିଯାତ୍ରା ହେଉଛି ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ‘ଅମୃତ ମହୋତ୍ସବ’ର ଅଂଶବିଶେଷ।

Image Courtesy of ANI

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତୀ ଆଶ୍ରମରୁ ଆଜିର ‘ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ଭାରତବାସୀଙ୍କ ମଧ୍ୟରେ ଗୌରବର ଉଚ୍ଛ୍ୱାସ ଏବଂ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ଏହି ପଦଯାତ୍ରା ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ହେଉଛି ବାପୁ ଏବଂ ଆମର ଅନ୍ୟ ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧାଞ୍ଜଳି।

ସାବରମତୀ ଆଶ୍ରମରେ ଥିବା ହୃଦୟକୁଞ୍ଜରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦର ଅଭୟ ଘାଟ ନିକଟରେ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଯାଇ ଚିତ୍ରାବଳୀ, ପତ୍ରପତ୍ରିକା ଏବଂ ଅନ୍ୟାନ୍ୟ ସଂଗୃହୀତ ସାମଗ୍ରୀ ଦେଖିଛନ୍ତି।

‘ଅମୃତ ମହୋତ୍ସବ’ ଶୁଭାରମ୍ଭ ସହ ସେଠାରେ କେତେଗୁଡ଼ିଏ ସାଂସ୍କୃତିକ ଏବଂ ପାରମ୍ପରିକ କଳା ପ୍ରଦର୍ଶନ କରାଯିବ।

ସମ୍ବନ୍ଧିତ ଖବର