ପାଟଣା: ନିର୍ବାଚନ ପୂର୍ବରୁ ବିହାରକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମାସ କେଇଟା ପରେ ବିହାର ଦେଖିବ ବିଧାନସଭା ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏହା ପୂର୍ବରୁ ବିହାରବାସୀଙ୍କୁ ବିରାଟ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାର ପାଇଁ ୪୮,୫୨୦ କୋଟି ଟଙ୍କାର ଉପହାର ନେଇ ଯାଇଥିବା ମୋଦୀ ଆଜି କାରକାଟ ସଭାରେ ଘୋଷଣା କରିଛନ୍ତି । ୪୮,୫୨୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ ଯେଉଁଥିରେ ରାଜ୍ୟର ବିକାଶମୂଳକ କାର୍ଯ୍ଯ ତ୍ବରାନ୍ବିତ ହେବ । କିଛି ପ୍ରକଳ୍ପର ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
#WATCH | Bihar: Prime Minister Narendra Modi greets people as he arrives at the public meeting in Karakat
— ANI (@ANI) May 30, 2025
PM Modi will inaugurate, lay the foundation stone and dedicate to the nation multiple development projects worth over Rs 48,520 crore in Karakat
(Source: ANI/DD) pic.twitter.com/t4l8bILbVc
ତେବେ ବିହାରକୁ ଭେଟି ଦେବା ପରେ ଏକ ଜନସଭାକୁ ମଧ୍ଯ ସମ୍ବୋଧନ କରିବେ ମୋଦୀ । ଏଥିପାଇଁ ସ୍ବତନ୍ତ୍ର ରାଲିରେ ମୋଦୀ କାରକାଟ ସଭାସ୍ଥଳରେ ପହଞ୍ଚିଛନ୍ତି । ବିରାଟ ସଭା ମଞ୍ଚରେ ମୋଦୀଙ୍କୁ ମଧୁବନୀ କଳାରେ ପ୍ରସ୍ତୁତ ଏକ ସାଲ୍ ଉପହାର ଦିଆଯାଇଛି । ମଞ୍ଚରେ ମୋଦୀ ବିହାର ମୁଖ୍ଯମନ୍ତ୍ରୀଙ୍କ ସହ କଥା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
#WATCH | PM Narendra Modi felicitated with a shawl painted with Madhubani Art and a silver coin in Karakat, Bihar.
— ANI (@ANI) May 30, 2025
(Source: ANI/DD) https://t.co/w8xf4ndNpm pic.twitter.com/mPiQn4LtUF
ଗତକାଲି ମୋଦୀ ପାଟଣାରେ ରୋଡ୍ ସୋ’ କରିଥିଲେ । ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାସ୍ତାର ଦୁଇ ପଟେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମଳିଥିଲା । ସବୁଠି ତ୍ରିରଙ୍ଗା ପତାକାର ଲହରୀ ଏବଂ ମୋଦୀଙ୍କ ଉପରେ ପୁଷ୍ପ ବର୍ଷା ହେଉଥିଲା ।
ଅପରେସନ୍ ସିନ୍ଦୂର ପରେ ମୋଦୀ ପ୍ରଥମ ଥର ପାଇଁ ବିହାର ଗସ୍ତରେ ଥିବା ବେଳେ ଗତକାଲି ମୋଦୀ ବିଜେପି ପାର୍ଟି ଅଫିସରେ ନେତା ମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନ ନେଇ ମନ୍ତ୍ର ଦେଇଥିଲେ ।
#WATCH | Prime Minister Narendra Modi interacts with Bihar Chief Minister Nitish Kumar during a public gathering at Karakat, where PM Modi will inaugurate and lay the foundation stone of multiple development projects worth over Rs 48,520 crore in Bihar.
— ANI (@ANI) May 30, 2025
(Source: ANI/DD) pic.twitter.com/UxSn3TItO9