ବିଦେଶ ଯାଉ ଯାଉ ଅଧା ବାଟରେ ଅଟକି ତିରୁପତି ମନ୍ଦିରରେ ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ହାଇଦ୍ରାବାଦ୍‌: ବିଦେଶ ଗସ୍ତ କରିବା ସମୟରେ ଅଧା ବାଟରେ ଅଟକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ତିରୁପତିଠାରେ ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ଦର୍ଶନ କରିଛନ୍ତି। ମୋଦୀ ଭେଙ୍କଟେଶ୍ୱରଙ୍କୁ ପ୍ରାର୍ଥନା କରିବା ପୂର୍ବରୁ ଏକ ସର୍ବସାଧାରଣ ବୈଠକକୁ ସମ୍ବୋଧନ କରି ନିଜର ଅଭିଭାଷଣ ରଖିଥିଲେ।

ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି କି, ‘ଆମେ ବିଜେପି ନେତାମାନେ କେବଳ ନିର୍ବାଚନ ଜିତି ନାହୁଁ। ଆମେ ଜନତାଙ୍କ ସୁଖ ଦୁଃଖ ସହ ଜଡ଼ିତ। ଭବ୍ୟ ଭାରତ ନିର୍ମାଣ କରି ବାକୁ ଆମେ ପ୍ରତିଜ୍ଞା ବଦ୍ଧ।’ ଏତକ କହିବା ପରେ ସେ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ତାଙ୍କର ନିର୍ବାଚନୀ ସଫଳତା ପାଇଁ ଅଭିନନ୍ଦନ ଜଣାଇ ଥିିିଲେ।

ସମ୍ବନ୍ଧିତ ଖବର