ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ସେପଟେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର କାଙ୍କେରରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ଭିଡ଼ରେ ଠିଆ ହୋଇଥିବା ଠିଆ ହୋଇଥିବା କୁନି ଝିଅ ପ୍ରତି ପଡିଥିଲା, ଯିଏ ନିଜ ହାତରେ ଆଙ୍କିଥିବା ଚିତ୍ର ସହିତ ଛିଡା ହୋଇଥିଲେ | ଏହା ପରେ ମୋଦୀ ମଞ୍ଚରୁ କହିଥିଲେ ଯେ, "କୁନି ଝିଅ, ମୁଁ ତୁମର ଚିତ୍ର ଦେଖିଲି। ତୁମେ ଏତେ ଭଲ ଚିତ୍ର କରିଛ, ମୁଁ ତୁମକୁ ଆଶୀର୍ବାଦ ଦେଉଛି, କିନ୍ତୁ ଝିଅ ତୁମେ ଏତେ ସମୟ ଧରି ଠିଆ ହୋଇଛ, ତୁମେ ଥକିଯିବ। ବସିପଡ଼ ।" ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଥିବା ପୁଲିସଙ୍କୁ ଇସାରା ଇସାରାରେ କହିଥିଲେ ଯେ କୁନି ଝିଅର ଚିତ୍ର ମୋ ପାଖକୁ ଆଣ |
VIDEO | Akansha Thakur, a schoolgirl, gifted PM Modi a sketch of him, during an election rally in Chhattisgarh's Kanker earlier today.
PM Modi asked the girl to mention her address on the back of the sketch, and promised that he will send her a letter.… pic.twitter.com/WhtOILWgFj
— Press Trust of India (@PTI_News) November 2, 2023
ଏହି ସମୟରେ ଯେତେବେଳେ ପୁଲିସ କର୍ମୀ ଚିତ୍ରଟିକୁ ଆଣିବାକୁ ଯାଇଥିଲେ, ସେତେବେଳେ ମୋଦୀ କହିଥିଲେ ଯେ, କୁନି ଝିଅ ଚିତ୍ରରେ ତୁମର ଠିକଣା ଲେଖ, ମୁଁ ନିଶ୍ଚିତ ଭାବରେ ତୁମକୁ ଏକ ଚିଠି ଲେଖିବି। " ଏହା ପରେ ସେଠାରେ ଉପସ୍ଥିତ ଥିବା ବିଶାଳ ଜନସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ କଂଗ୍ରେସ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି, "ଆପଣ ଗତ ପାଞ୍ଚ ବର୍ଷ ମଧ୍ୟରେ କଂଗ୍ରେସ ସରକାରଙ୍କ ବିଫଳତା ଦେଖିଥିବେ। ଏହି ପାଞ୍ଚ ବର୍ଷ ମଧ୍ୟରେ କେବଳ କଂଗ୍ରେସ ନେତାଙ୍କ ଘର, ମହଲ ଏବଂ ଯାନବାହନ ବିକଶିତ ହୋଇଛି।" ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା ସେତେବେଳେ ବି ଛତିଶଗଡ ରାଜ୍ୟକୁ ଅବହେଳା କରିଆସୁଥିଲା, କିନ୍ତୁ ଛତିଶଗଡର ବିକାଶ ପାଇଁ ଆମେ ସବୁ ପଦକ୍ଷେପ ନେଇଛୁ।
ଛତିଶଗଡର ଉନ୍ନତି ପାଇଁ ବିଜେପି ସର୍ବଦା କାର୍ଯ୍ୟ କରୁଛି। ପ୍ରତ୍ୟେକ ଗରିବ, ଆଦିବାସୀ ତଥା ପଛୁଆ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଜେପିର ସଂକଳ୍ପ। ଛତିଶଗଡରେ ବିଜେପି ସମର୍ଥନରେ ଏକ ଝଡ ବୋହୁଛି, ଯାହାର ଝଲକ କାଙ୍କେରରେ ବି ଦେଖିବାକୁ ମିଳିଛି | ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆଜି ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଛତିଶଗଡରେ ବିଜେପି ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ। "