ସୁନ୍ଦରଗଡ଼ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡ଼ର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ,‘ ସୁନ୍ଦରଗଡ଼ରେ ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ।ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି,  ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି । ଆଜିଠୁ ନବରାତ୍ରିର ଶୁଭାରମ୍ଭ ହେଉଛି ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।’

Advertisment

publive-image

ସେ ଓଡ଼ିଶାର ବୀର ପୁରୁଷ ଏବଂ ସୈନିକମାନଙ୍କୁ ବି ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି  ଦେଶର ଲୋକଙ୍କ ଆକାଙ୍କ୍ଷାରୁ ଜନ୍ମ ନେଇଛି। ଏହା ପରିବାରବାଦ ଉପରେ ଆଧାରିତ ନୁହେଁ କି ଅର୍ଥବଳ ଉପରେ ତିଆରି ହୋଇ ନାହିଁ। ବିଜେପି ହେଉଛି କାର୍ଯ୍ୟକର୍ତ୍ତାଙ୍କ ଦଳ। ଏହା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି। ଓଡ଼ିଶାରେ ଏଥର ସବୁଠାରୁ ଅଧିକ ଆସନରେ ବିଜେପି ବିଜୟୀ ହେବ।