ଭାରତରତ୍ନକୁ ନେଇ ସାବରକରଙ୍କୁ ଅପମାନିତ କରିଥିବାରୁ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀମାନଙ୍କ ଉପରେ ଆକ୍ରମଣାତ୍ମକ ବୟାନ୍‌ ରଖିଛନ୍ତି। ବିଜେପି ଜମ୍ମୁ-କଶ୍ମୀର ଆଡ଼େ ଧ୍ୟାନ୍‌ ନେଇଯିବାକୁ ଚେଷ୍ଟା କରୁଛି ବୋଲି ଆରୋପ ଲଗାଇବା ବେଳେ ବିରୋଧୀମାନଙ୍କୁ ଲାଜ ଲାଗିବା ଉଚିତ ବୋଲି ମୋଦୀ କହିଛନ୍ତି।

NDTV.com

ବିଜେପି ମହାରାଷ୍ଟ୍ର ନିର୍ବାଚନ ପ୍ରଚାର କରିବା ବେଳେ ବାରମ୍ବାର ଧାରା ୩୭୦ ଉଚ୍ଛେଦ ପ୍ରସଂଗ ଉଠାଇ ଲୋକଙ୍କୁ ଭୁଲେଇବାକୁ ଚେଷ୍ଟା କରୁଛି ବୋଲି ବିରୋଧୀମାନେ କିହିଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମହାରାଷ୍ଟ୍ରର ଅକୋଲାଠାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର କରିବା ସମୟରେ ମୋଦୀ କହିଛନ୍ତି ଯେ ଯେଉଁମାନେ ମହାରାଷ୍ଟ୍ର ନିର୍ବାଚନ ସହ ଜମ୍ମୁ-କଶ୍ମୀରକୁ ମିଶାଉଛନ୍ତି ସେମାନେ ସମସ୍ତେ ‘ରାଜନୈତିକ ସୁବିଧାବାଦୀ’।

ମୋଦୀ ଆହୁରି ବି କହିଛନ୍ତି କି ‘ବିରୋଧୀମାନେ ହିନ୍ଦୁତ୍ୱର ବିଚାରକ ଭିଡି ସାବରକର ଓ ବାବା ସାହେବ(ଭିମରାଓ ଆମ୍ବେଦକର)ଙ୍କୁ ଅପମାନ କରି ବର୍ଷ ବର୍ଷ ଧରି ସେମାନଙ୍କୁ ଭାରତ ରତ୍ନରୁ ଦୂରେଇ ରଖିଥିଲେ।’

ସମ୍ବନ୍ଧିତ ଖବର